Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୩୮

ସନେଟ -୩୮

1 min
6.5K


ନିଃସ୍ୱାର୍ଥ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଆସୁଅଛି ଜୀବନର ଗୋଧୂଳି ସମୟ

ନେପଥ୍ୟେ ରହି କୀନାଶ ଦେଖାଉଛି ଭୟ ।।

ଅନ୍ତକ ଆଗ୍ରହେ କରେ ଗ୍ରହଣ ଆହ୍ୱାନେ

ଇହଲୀଳା ତେଜି ଯିବି ତୁମ୍ଭର ଭବନେ ।।

କିପାଁ ସାଧ୍ୱସ ଦେଖାଅ ଭୀରୁ ଭାବି ମୋତେ

ପାଷାଣ ହୋଇଛି ବକ୍ଷ ଦିଷ୍ଟ କଶାଘାତେ ।।

ଆତ୍ମାନିଧି ଲୁଟିବାକୁ ହେଉଛ ଆତୁର

ପାରିବକି ତାହା ରଖି କୁସୂଳେ ତୁମ୍ଭର ।।

ଚୌର୍ଯ୍ୟ କରି ନେଇ ପାର ତାକୁ ସୂର ସୁତ

କିନ୍ତୁ ହୋଇବ ତା ନିଶ୍ଚେ ହଂସ ହସ୍ତଗତ ।।

ପରପାରେ ହେବ ଦୀନ ପ୍ରଭୁଙ୍କ କିଙ୍କର

ସେବି ତାଙ୍କ ପାଦ ହର୍ଷ ଲଭିବ ଅପାର ।।

ହେବନାହିଁ ଜୀବନର ସାଧନା ବିଅର୍ଥ

ଜଡିନାହିଁ ଯେଣୁ ତହିଁ କିଛି ହେଲେ ସ୍ୱାର୍ଥ ।।


ସମାପ୍ତ


Rate this content
Log in