Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Drama Classics Inspirational

3  

Amit Bal

Drama Classics Inspirational

ସ୍ନେହର ପସରା

ସ୍ନେହର ପସରା

1 min
156



କୁଆଡେ ଗଲା ସେ ସମୟ

ଆସୁଥିଲା ଯିଏ ମନକୁ ଆବୋରି

ଭାଇ ଭଉଣୀ ସ୍ନେହ ମମତାର

କେତେ ସ୍ମୃତି କେତେ ଅନୁଭୁତି ଧରି,


ଆଶ୍ଚର୍ଯ୍ୟ ଲାଗୁଛି ଆଜି

ହାରିଗଲା ପରି ଜୀବନର ବାଜି

ସମୟର ଛକାପଞ୍ଝା ମଧ୍ୟରେ

ସବୁ ନିବିଡ଼ତା ଠାରୁ ଦୂରେ ,


ପୃଥିବୀ ଯେଉଁଠି ଥିଲା

ଆଜି ବି ସେଇଠି ତ ଅଛି

ତେବେ କାହିଁ ସଂପର୍କର

ରୂପରେଖା ଏତେ ବଦଳୁଛି ?


ଆକଟର ଶିକୁଳିକୁ ଛିଡାଇ

ସଂପର୍କକୁ ତଳିତଳାନ୍ତ କରି ଦେବା ପାଇଁ !

ହଁ ହୁଏତ ହୋଇ ପାରେ

ଯେହେତୁ ଜୀବନ ମୃତ୍ୟୁର ଦୁଆରେ,


ତଥାପି ଭାଇ ଭଉଣୀର ଶାଶ୍ଵତ ସଂପର୍କ

ସବୁଦିନେ ସେହି ମହୁବୋଳା କାହାଣୀ

ଯାହାକୁ ନେଇ ଛାତିରେ ହଜାରେ ସ୍ପନ୍ଦନ

ରହିଥାଏ ଜଣକର ଆଉ ଜଣକ ପାଇଁ ......।

       


Rate this content
Log in

Similar oriya poem from Drama