STORYMIRROR

Madhabi Patel

Inspirational

3  

Madhabi Patel

Inspirational

ସନ୍ଧି

ସନ୍ଧି

1 min
173


ଯୁଦ୍ଧ ଓ ଧ୍ବଂସର ମଝିରେ

ସନ୍ଧିଟିଏ ଅନିର୍ବାଯ୍ୟ |

ଶାନ୍ତିର ପୁନଃ ସ୍ଥାପନ ପାଇଁ

ପୃଥିବୀର ରକ୍ଷା ପାଇଁ

ଜନତାର ଖୁସି ପାଇଁ |

ଉଭୟ ପଟର ଶାସକକୁ

ଶତ୍ରୁତା ଭୁଲି ଉଠେଇବାକୁ

ପଡେ ପଦକ୍ଷେପ କେବଳ

ଦେଶର ସୁରକ୍ଷା ପାଇଁ|


ଶାସକ ପାଇଁ ଦେଶ ନୁହେଁ

ଦେଶ ପାଇଁ ଶାସକ।

ସ୍ବାର୍ଥ ଧନ କ୍ଷମତା ଉପରେ ଦେଶ

ଦେଶର ସମ୍ମାନ ଇଜ୍ଜତ

ପ୍ରକୃତିର ସୁରକ୍ଷା

ଜନତାର ଖୁସି

ଏ ସବୁ ଦାୟିତ୍ବ ଶାସକର।


ସେ କେବଳ ସେବକଟେ ଦେଶ ପାଇଁ

ଦେଶ ମାତୃକାର ଏକ ସୁଯୋଗ୍ୟ ସନ୍ତାନ।

ଯେ ନିଜର ସୁଖ ଜୀବନକୁ କରେ

ଦେଶପାଇଁ ସମର୍ପଣ ପ୍ରତିକ୍ଷଣ।



Rate this content
Log in

Similar oriya poem from Inspirational