ସନ୍ଦେହ
ସନ୍ଦେହ


ସନ୍ଦେହର କି ବିଷ ତୋ ମନରେ
ପ୍ରତେକଟି ସମୟ ଦଂଶୁ ମୋ ତନୁରେ ॥
ସମ୍ପର୍କରେ ଥରେ ସେ ବିଷ ଆସିଲେ
ଧିରେ ଧିରେ ଚରେ ମିଠା ସମ୍ପର୍କରେ ॥
ତୁ.. କି ଜାଣିନୁ ମୁଁ ଅଟେ ତୋହରି
ସମ୍ପର୍କରେ ସନ୍ଦେହ ତୁ ଆଣୁ କିପରି ॥
ଏଡେ ତୁ ସନ୍ଦେହୀ ପ୍ରିୟ ମୋର
ସନ୍ଦେହ ଆଣି ସମ୍ପର୍କକୁ କରୁ ଦୁର୍ବଳ ॥
ସମ୍ପର୍କ ରୂପକ ଯୁଦ୍ଧ ଭୂମିରେ
ସନ୍ଦେହକୁ ତୁ ଜିତିବାକୁ ଦଉରେ ॥
ଜାଣିଛୁ ମୁଁ ତୋ ବିନା ନୁହେଁରେ କିଛି
ତଥାପି ତୁ ମତେ ମିଛେ କରୁରେ ଦୋଷୀ ॥
କେମିତି ବୁଝାଇବି ମୁଁ ଏକା ତୁମର
ଜନମ ଜନମର ସାଥୀ ନୁହେ ଆଉ କାହାର ॥
ସକାଳ ଆରମ୍ଭ ତୁମ ଭାବନାରେ
ରାତିର ଶେଷ ତୁମ ମିଠା ସ୍ଵପ୍ନରେ ॥
କି ପରୀକ୍ଷା ଦେବୀ କୁହ ମୋ ପ୍ରିୟ
କି ତୁମ ଠୁ ଦୁରେଇ ଯିବି ବହୁତ୍ ଦୂର ॥
ସହଜ ହେବନି ତୁମ ବିନା ରହିବା
ଅଭ୍ୟାସ କରିବାକୁ କରିବି ପ୍ରାର୍ଥନା ॥
ବୋଧେ ନିଅତିର ଇଚ୍ଛା ତୁମଠୁ ହୁଏ ମୁଁ ଦୁର
ଭାବିବ ଖୋଜିବ ଦିନେ ଭଲ ପାଇବାକୁ ମୋର ॥