Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Others

4  

Binodini Dash

Others

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତ

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତ

1 min
279



ଦେଖ ଗୋ ସଜନୀ ହୋଇଛନ୍ତି ଉଭା

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ଚର୍ମଚକ୍ଷୁ ଆଜି ହୋଇଲା ପବିତ୍ର

ଦରଶନ କରି ଜଗତପତି ।


ସୁନା କୂପୁ ଶହେ ଆଠ ଗରା ଜଳ

ଆଣି ଗରାବଡୁ ସେବକମାନେ 

ଘଟୁଆରୀ ଘୋରା ଚନ୍ଦନ ସହିତ

ଜାଇଫଳ କର୍ପୂରାଦି ମିଶ୍ରଣେ ।


ନୀତିକାନ୍ତି ସାରି ସିନାନ କରାଇ

ଭାଇ ଭଗ୍ନୀ ସଙ୍ଗେ କାଳିଆ ସୁନା

ଗଜାନନ ବେଶେ ସଜାଇଅଛନ୍ତି

ଆହା ! କି ସୁନ୍ଦର ଦିଶନ୍ତି ଅନା !


କାଞ୍ଚିର ପଣ୍ଡିତ ଗଣପତି ଭଟ୍ଟ

ଧନ୍ଯ ତାହାଙ୍କର ଭାବ ଭକତି 

ମନସ୍କାମ ପୂର୍ଣ୍ଣ କରି ମହାପ୍ରଭୁ

ସକଳେ ରୂପ ଦର୍ଶନ ଦିଅନ୍ତି ।


ପାପ ତାପ ଆଜି ସତେ କି ସମାପ୍ତ

କରିଦେବେ ମୋ ଭାବବିନୋଦିଆ

ମହିମାମଣ୍ଡିତ କମଳାର କାନ୍ତ

ଜଗନ୍ନାଥେ ଯେଣୁ ଭାବରସିଆ ।


ରଙ୍ଗା ଚରଣରେ ଏତିକି ବିନତି

ହରି ନିଅନ୍ତୁ ସରବ ବିପତ୍ତି

ତରିଯାନ୍ତୁ ଭକ୍ତେ ନାମ ଧରି ମୁଖେ

କାଳବକ୍ଷେ ରହିଥାଉ ସୁଖ୍ୟାତି ।



Rate this content
Log in