ସମୟର ଚକ
ସମୟର ଚକ
ଜୀବନ ମରଣ ଦୁଇଟି ପଥରେ
ପଥିକ ଆମେ ତାହାର
ଭୋଗି ଥାନ୍ତି କିଛି ଦୁଃଖ ଆଉ ସୁଖ
ଏ ଭବ ସଂସାରେ ସାର ।
ଆସିବା ବାଟରେ ଶୁଭ ସଂକେତ ରେ
ପୂରି ଉଠେ ଘର ଦ୍ବାର
ଯିବା ବାଟ ପୁଣି ଅଶୁଭ ସଂକେତ
ସେ ତ ମଶାଣୀର ଦ୍ଵାର ।
ଜୀବନ ଟା ଗୋଟେ ପାଣି ଫୋଟକାଟି
ନିମିଷେ ମିଳେଇ ଯିବ
କେତେ ଯେ ଘଟଣା ଦୁର୍ଘଟଣା ମାନ
ସ୍ମୃତି ହୋଇ ରହି ଯିବ ।
କାହିଁକି କରୁଛ ମାନ ଅଭିମାନ
ମନେ ରଖି ଅହଂ ଭାବ
ଆଜି ମରି ଗଲେ କାଲି ଦୁଇ ଦିନ
ଲାଗିବ କଳଙ୍କ ଦାଗ ।
ମରଣ ପରେ ତା ସୁଗୁଣ ସବୁକୁ
ଲୋକେ ଗାନ କରିଥାନ୍ତି
କିଛି ଭଲ ଗୁଣ ବିସ୍ତୃତି ପଟରେ
ବିଲୀନ ହୋଇଯାଆନ୍ତି ।
ସମୟର ଚକ ଘୁରେ ଅବିରତ
ଦୁଃଖ ପରେ ସୁଖ ଆସେ
ସୁଖ ପରେ ପୁଣି ଦୁଃଖ ଆସିଥାଏ
ଆସିବା ଟା ସୁନିଶ୍ଚିତେ ।
ହେ ମଣିଷ ତେଣୁ ଥରେ ଭାବି ଦେଖ
ରୂପ ଓ ଯୌବନ ଧନ
ଚିର ଦିନ ନୁହେଁ ଯିବ ବି ସେ ଦିନେ
ରହେ ନାହିଁ ସବୁ ଦିନ ।
ଲୀନ ହୁଏ ସିଏ କ୍ଷଣ ହୁଏ ସିଏ
କ୍ଷୟ ପାଇଯାଏ ଦିନେ
ଏ ଜୀବନେ ଘଟେ କେତେ ଯେ ଘଟଣା
ସ୍ମୃତି ହୋଇ ରହେ ମନେ ।
ସମୟର ଚକ ଘୁରୁଛି ଘୁରିବ
ଘୁରୁଥିବ ଅବିରତ
ପରୁଛ ତ ଯଦି ଜଗତକୁ ଜିଣ
ତୁମ ମଧୁ ଝରା କଣ୍ଠେ ।