ସମୟର ଅନେକ ରୂପ -
ସମୟର ଅନେକ ରୂପ -
(କବିତା )ସମୟର ଅନେକ ରୂପ -2
ଏମିତି ଦିନ ଥିଲା ଯେବେ
ବନ୍ଧୁ ଖୋଜିବାକୁ ପଡୁଥିଲା
ବନ୍ଧୁ ଖୋଜି ଆପଣାର କଲେ
ଯନ୍ତ୍ରଣା ସହିବାକୁ ପଡୁଥିଲା
ହେଲେ ଏବେ ଆଉ ସେ ସମୟ
ଖୋଜିବାକୁ ଇଛା ଵି ହେଉନି |
ସମୟ ତା ବାଟରେ ଅନବରତ ଚାଲେ
ପଛକୁ ଥରେ ଵି ବୁଲି ଦେଖେନି
ଠିକ ସେମିତି ମଣିଷ ହେବା ଜରୁରୀ
ଏକଥା ମୁଢ ମାନବ ଗ୍ରହଣ କରିପାରୁନି
ତଥାପି କିଛି ଜଣ ମାନନ୍ତି ଏ କଥା
ଏଣୁ ତ ସଂସାର ଲୀଳା ସରୁନି |
ଧନ ଯୌବନ ଲୋଭ ରେ ମଣିଷ
ନିଜ ରକ୍ତ କୁ ଵି ଛାଡ଼େନି
ମାରିବା ବଂଚିବା ନିଜ ହାତରେ ଭାବି
ସମୟ କୁ ଯେ ଚିନ୍ହି ପାରୁନି
କଳିଯୁଗ ଲୀଳା କିସ ମୁଁ ଲେଖିବି
ଲେଖିବାକୁ କାଳି ମିଳୁନି |
ଦିନ ରାତି ଭଳି ସୁଖ ଦୁଃଖ ଭାଗ
ଏକଥା ମାନବ ଭୁଲିଯାଉଛି
ବିପଦ ନିଜର ମୁହଁ କୁ ଆସିଲେ
ପ୍ରଭୁଙ୍କ ରାଣନିୟମ ସେ ଖାଉଛି
ଏକଥା ସେ ଜଗା ସହିନ ପାରିଲେ
ସମୟ ବିଗାଡିଦେଉଛି |