ସମୟ
ସମୟ
ନା ଅଛି ଠିକଣା,ନା ଅଛି ଅଗଣା
ସଭିଙ୍କ ଖୁସି ପାଇଁ ଭୁଲେ ମୋ ଅଗଣା।
ମନରେ ଥିଲା ତୋ ସାଥେ କେତେ ଯେ ଅଭିମାନ,
ତୋ ଠାରୁ ବଡ ମୁହିଁ ଭାବିଥିଲା ଏ ମନ।
ତୁ ସବୁଠୁ ବଡ ବୋଲି ଆଜି ମୁଁ ଜାଣିଲି,
ନତ ମସ୍ତକ ତୋରି ଆଗେ ମୁଁ ହେଲି।
କାହିଁ ଚାଲିଗଲା ସୁଖର ସେହି ଦିନ,
ଯାହାରି ପାଇଁ ଥିଲା ମନେ ଏତେ ଅଭିମାନ
ଫେରେଇ ଦେ ମୋ ଅତୀତର ଦିନ,
ପାଗଳ ପରି ଝୁରୁଛି ଏ ମନ।
କାହାକୁ କହିବି ଏ ମନର ବ୍ୟଥା,
ତୋ ଛଡା ଆଉ କିଏ ଶୁଣିବ ମୋ କଥା
ନେହୁରା ହଉଚି ଆଜି ତୋହରି ପାଖରେ,
ଖୁସିର ଦିନ ସବୁ ଫେରାଇ ମୋ ଦେରେ।
ଭାବିଥିଲି ସବୁ ମୁଣ୍ଡ ପାତି ସହିଯିବି,
ଛାତିରେ ଦୁଃଖ ଚାପି ମୁଁ ଦେବି।
ହାରି ଗଲି ହାରି ଗଲି ଆଜି ତୋରି ଆଗରେ,
ତୋ ଠାରୁ ବଳିୟାନ ନାହିଁ କେ ଦୁନିଆରେ।
ମନରେ କେତେ ଯେ ଅହଂକାର ଧରି ମୁଁ ଥିଲି,
ସମୟକୁ ବଦଳାଇବି ବୋଲି ଭାବିଥିଲି।
ତୋତେ ବଦଳାଇବାକୁ ଯାଇନିଜେ ମୁଁ ହାରିଲି,
ଦୁଃଖ ଭିତରେ ମୁଁ ଜୀବନ କାଟିଲି।
କହୁଛି ସଭିଙ୍କୁ ମନ ଦେଇ ଶୁଣ,
ଧନ ପାଇଁ କେବେ ଗର୍ବ ମନେ ନ ଆଣ।
ତୋରି ଆଗରେ ମୁଣ୍ଡ ନୁଆଁଇ ଲି,
ତୁ ବଡ ବୋଲି ପ୍ରମାଣ ପାଇଲି।