Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Inspirational

5.0  

Anam Charan Sahoo

Inspirational

ସମୟ

ସମୟ

1 min
216


ଘଡି ଚାଲେ ଟିକ୍ ଟିକ୍ ବିଶ୍ରାମ ନକରି

ପରିଶ୍ରମ କର ଭାଇ ଜୀବନରେ ଆଦରି ।

ପରିଶ୍ରମେ ପିପୀଲିକା ରୁହେ ନାହିଁ ଉପାସ

ଅଳସୁଆ ସଦା ଦୁଃଖୀ ମୁଖଟି ତା ଉଦାସ ।

ପିତା ମାତା ସେବାକର ସେବି ତାଙ୍କ ଚରଣ

ଦଣ୍ଡକରେ ଚାଲିଯାଏ ପିତୃଦତ୍ତ ପରାଣ ।

ମାନବ ମାଧବ ଜାଣ ସୁନ୍ଦର ଏ ଧରାରେ

ବାନ୍ଧି ଦେବା ଆମେ ଆସ ସେନେହର ଡୋରରେ ।

ମିଳିମିଶି ଦୁନିଆକୁ କରିଦେବା ସୁନ୍ଦର

ହଟିଯାଉ ରୋଗ ବ୍ଯାଧି ସଂସାରରୁ ଆମର ।

ପଛକଥା ନ ଭୁଲିବା ଇତିହାସ ଆମର

ଏବେ କାମ ଏବେ କର ନିରବରେ ତୁମର ।

ଘଟିବାର ଯାହା ଥିବ ଘଟିବତ ନିଶ୍ଚିତ

କରିଯାଅ କାମ ଯାହା ସଂସାରରେ ଉଚିତ ।

ମାଟିର ଏ ଘଟ ଦିନେ ମାଟିରେ ତ ମିଶିବ

କରିଥିଲେ ଭଲ କାମ ଯଶ ବାନା ଉଡିବ ।


Rate this content
Log in