STORYMIRROR

Prafulla Kumar Tripathy

Tragedy

3.6  

Prafulla Kumar Tripathy

Tragedy

ସମୟ

ସମୟ

1 min
236


ଆଜି ମୁଁ ସମୟ ସୁଅରେ

ଭାସୁଥିବା ଏକ ଦିଗହରା ପଥିକ

କେତେ ବେଳେ ଉଦୟ

କେତେ ବେଳେ ଅସ୍ତ 

ଚାଲ ଆଗକୁ ଟିକେ ଯିବା

କିଛି କିଛି କଥା ହେଲେ

ମନ ଭିତରର ଥିବା ଦୁଃଖ

କିଛି ଲାଘବ ହୋଇଯିବ 

କଥାବାର୍ତ୍ତା ଭିତରେ

କିଛି ବନ୍ଧୁ ଜଣାଥିବେ

କିଛି ଅଜଣା ଥିବେ

ସମସ୍ତେ କାମରେ ଆସିପାରନ୍ତି

ନ ଆସି ପାରନ୍ତି ମଧ୍ୟ

ସେ ତ ସମୟ ହିଁ କହିବ 

ସମୟ ଏମିତି ଭସାଇ ନେବ

ତାର ଶେଷ ନାହିଁ

ସାଗରରେ ମିଶିବ ନାହିଁ

ନଦୀରେ ଭାସିବ ନାହିଁ 

ମାଟିରୁ ଆକାଶ ଭିତରେ

ଆମେ ସାଜୁଥିବା

ଦୁଃଖ ଆଉ ସୁଖ

ଛାଡ ଏବେ ସମୟ ଭଲ ନାହିଁ

ଆଗକୁ ଭଲ ଆସିପାରେ

ଆମେ ପାଟି ନ ଖୋଲିଲେବି

ସେମାନେ ଉତ୍ତର ପାଇଯିବେ 

ସେଥିପାଇଁ ତ ମୋ ପାଇଁ

ମଶାଣି ଆଣିଦେବ ଅନ୍ତିମ ସୁଖ

ତାହା ବି ମୁଁ ଜାଣେନା

ତାହା ମୋ ପାଇଁ ସମୟ ହିଁ କହିବ

ବାକି ଜୀବନ ଧୈର୍ଯ୍ୟ ଧରି

ସମୟକୁ ଅପେକ୍ଷା କରିବା 



Rate this content
Log in

Similar oriya poem from Tragedy