Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational

4  

Jayashree Maharana

Inspirational

ସମୟ

ସମୟ

1 min
234


ଅଟକିଯାଏନା ଫେରି ବି ଆସେନା ସଂସାରେ ସମୟ ସୁଅ

ମହାଶକ୍ତିଶାଳୀ ଅବିରାମ ଗତି ଅଦୃଶ୍ୟ ବିଧାତା ଖିଅ

ଅତୀତ, ଅଧୁନା, ଭବିଷ୍ୟତ କାଳ ଭିନ୍ନ ଭିନ୍ନ ତା'ର ରୂପ 

ଆଜିକାଲି,ଏହି କ୍ଷଣ,ପରକ୍ଷଣ ଆସିଯାଏ ଚୁପଚାପ ।


ଭୂମିଭୂମା ଯାଏଁ ସମୟର ନାଦ ଅବିରତ ଗୁଞ୍ଜରିତ

କିଏ କହେ ତାକୁ ନିର୍ଦ୍ଦୟ ନିଷ୍ଠୁର କିଏ କହେ ଚିରସତ୍ୟ

ଜୀବନ ସଂଗ୍ରାମେ ସାରଥୀ ସମୟ ମଣିଷ ଯେ ରଥାରୋହୀ

ଜିତିବା ହାରିବା ସମୟର ଖେଳ ଅଣଦେଖା କର ନାହିଁ ।


ସମୟ ବୁଝେନି ହୃଦୟ ବେଦନା ମନର ମରମ ବ୍ୟଥା

ସୁଖ ଦୁଃଖ ହସ କାନ୍ଦ ଭଲମନ୍ଦ ଭରେ ସ୍ମୃତି ନାନା କଥା

ସମୟ ସହିତ ତାଳଦେଇ ଯିଏ ଚାଲେ ଜୀବନରେ ନିତ୍ୟ

ସଂସାର ହାଟରେ ସଫଳତା ପାଇ ହୁଏ ଅବସାଦ ମୁକ୍ତ ।


ସମୟ ବଦଳେ ବୟସ ବଦଳେ ବଦଳେ ଜୀବନ ପଥ

ଭାରି ମୂଲ୍ୟବାନ ପ୍ରତିଟି ସମୟ ଅନୁଭୂତି ପୂର୍ଣ୍ଣ ରଥ ।



Rate this content
Log in

Similar oriya poem from Inspirational