Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pawan Rajput

Tragedy Inspirational

4  

pawan Rajput

Tragedy Inspirational

ସମୟ

ସମୟ

1 min
678



ଘୁରି ଯାଏ ଯେବେ ସମୟର ଚକ ରେ

କହିଦିଏ ଏହି କଥା

ଆପଣାର ସାଥେ ଯଦି କେହି ନାହିଁ

ଚାଲିବାକୁ ହେବ ଏକା ।


ଲୁହ ପୋଛିପକା ଆଖିରୁ ତୋହର

ଜିତିବୁ ତୁହି ସମୟ

ଏକା ଲଢ଼ିବାକୁ ହେବ ଦୁନିଆରେ

ପାଇବୁ ନିଶ୍ଚେ ବିଜୟ ।


ଉପହାସ ଯିଏ କରୁଥିଲା ତୋର

କାଲିକି ସାବାସ୍ ଦେବ

ସମୟ ଛୁଆଁରେ ସବୁ ଯେ ବଦଳେ

ମରୁ ରେ ଝରେ ଶ୍ରାବଣ ।


ଚିରସ୍ତାହି ନୁହେଁ କିଛି ଦୁନିଆରେ

ଦୁନିଆ ଘଡିକେ ଆନ

ଦୁଃଖରେ ଲୁହରେ ଭରିଛି ହସରେ

ହସ ଲୁହ ଭରା ପ୍ରାଣ ।


ସରିଯାଏ ସିନା ଯନ୍ତ୍ରଣା ର ଦିନ

ଚିହ୍ନ ସବୁ ରହିଥାଏ

ଅନ୍ତର ଆତ୍ମା କୁ ଜଳାଏ ନୀତି ସେ

ନୀରବେ ଲୁହ ଝରାଏ ।


ଦୁନିଆକୁ ତୁମେ ଜିତିଯିବ ସତେ

ସାହସ ମନରେ ଥିଲେ

ଅନ୍ଧାରେ ତ ଛାଇ ନିଜର ନୁହଁ ଯେ

ଚାଲିଯାଏ ଦୁରେ ଦୁରେ ।


ଖରା ଛାଇ ପରା ଏଇ ଜୀବନଟା

ନିମିଶକେ ହୁଏ ଆନ

ଆଜି ଅଛି କାଲିକି ନଥିବ

କରିବାନି ଅଭିମାନ ।


Rate this content
Log in

Similar oriya poem from Tragedy