ସମୟ
ସମୟ
ସମୟ ତୁ ଟିକେ ହାଉଲେ ହାଉଲେ ଯାଆ
ସାରିବାକୁ ଅଛି ବହୁତ କାମ
ମୋ ବିନ୍ଦୁକୁ ଛୁଇଁ ତ ପାରିନି
ଅଧାରେ ରହିଛି ମୋର ସପନ
ସମୟ ନଇଟା ଭାରି ପ୍ରଖର
ଆଗକୁ ମାଡ଼ୁଛି ହୋଇ ତରତର
ତାଳଦେଇ ମୁଁ ଚାଲିତ ପାରୁନି
ଥକି ଯାଉଛି ମୋ ପାଦଟି ମୋର
ସମୟ ଗତିରେ ଆଜି ମୁଁ ଅପରାହ୍ନରେ ପହଞ୍ଚିଛି
ପାଣ୍ଡୁଲିପିକୁ ନିଜ ହାତରେ ଥରକୁ ଥର ସାଉଁଟୁଛି
ଜୀବନ ନଇରେ ସାଥିଟି ମୋର
ଆରପାରିକୁ ତ ଯାଇଛି
ଲେଖନୀ ମୂନକୁ ଜାବୁଡ଼ି ଧରି
ବଞ୍ଚିବାର ରାହା ଖୋଜୁଛି
କାଗଜ କଲମକୁ ନେଇ
ଏଣୁ ତେଣୁ ଲେଖୁଛି
ସାହିତ୍ୟକାର କି ନୁହେଁ
କେବେ ବି ବୁଝିନି
ହେ ସମୟ ତୁ ହାଉଲେ ହାଉଲେ ଯାଆ
ଶ୍ରୋତର ବେଗ ତୁ ଥମି ଯାଆ
ତୋତେ ମୁଁ ଭିଡିବାକୁ ପ୍ରୟାସ କରୁଛି
ତୋ ବେଗ ପାଖରେ ହାରି ମୁଁ ଯାଉଛି।