STORYMIRROR

Ansuman Swain

Inspirational

3  

Ansuman Swain

Inspirational

ସମୟ ଦିଏ ଉତ୍ତର ଅଂଶୁମାନ ସ୍ୱାଇଁ

ସମୟ ଦିଏ ଉତ୍ତର ଅଂଶୁମାନ ସ୍ୱାଇଁ

4 mins
395


     ଶିଶୁ କବିତା 😢😢

                                           ଅଂଶୁମାନ ସ୍ୱାଇଁ । 

    👌ସମୟ ଦେବ ଉତ୍ତର 👌


ଦିଲ୍ଲୀ ସହରେ ଡାକ୍ତର ମିଶ୍ର ବାବୁ

     ଭାରି ଜଣା ସୁନା ବ୍ୟକ୍ତି

ସମସ୍ତ ରୋଗକୁ ନିରୋଗ୍ୟ କରନ୍ତି

     ସଭିଙ୍କୁ ଦିଅନ୍ତି ଶାନ୍ତି ।


ଦୁଇ ମାଷ ପୂର୍ବେ ଜରୁରି କାମରେ

      ଆସିଥିଲେ ସେ ଘରକୁ

ଦିନେ କି ଦୁଇଦିନ ରହି ନାହାନ୍ତି 

       ଫୋନ୍ ଆସିଲା ଯିବାକୁ ।


ସକାଳୁ,ସକାଳୁ ଗାଧୋଇ ପାଦୋଇ

      ବାହାରିଲେ ମିଶ୍ର ବାବୁ

ତରବର ହୋଇ ଗାଡି ବୋଲାଇଲେ

      ବର୍ଷା ହେଉଥାଏ ଖୁବ୍ ।


ଗାଡି ଡ୍ରାଇଭର ଗାଡି ଚଲାଇଲା

       ମିଶ୍ର ବାବୁ ବସିଗଲେ

ବାଟରେ ବିଜୁଳି ପବନ ବହିଲା 

         ମିଶ୍ର ବାବୁ ବେସ୍ତ ହେଲେ ।


ଡ୍ରାଇଭର ଭାଇ ରାସ୍ତା ଭୁଲି ଯାଇ

      ବୋଲିଲେ ମିଶ୍ର ବାବୁଙ୍କୁ

ରାସ୍ତା ଘାଟ ଆଉ ଦେଖା ଯାଉନାହିଁ

       ଯିବା କେମିତି ଆଗକୁ ।


ମିଶ୍ର ବାବୁ ଡ୍ରାଇଭରକୁ କହିଲେ

       ଗାଡି ଟିକେ ରଖିଦିଅ

ବର୍ଷା କମିଗଲେ ଚାଲିଯିବା ଆମେ

        ଏବେ ଯିବା ଅସମ୍ଭବ ।

       


ଡ୍ରାଇଭର ଭାଇ ଗାଡି ରଖିଦେଇ

       ମିଶ୍ର ବାବୁଙ୍କୁ ବୋଲିଲେ

ଏଠି ଆଜ୍ଞା ଗୋଟେ ଘର ଦିଶିଲାଣି

       ରହିବା ଚାଲନ୍ତୁ ଭଲେ ।


ଦୁହିଁ ଯାକ ମିଶି ଗାଡ଼ିରୁ ବାହାରି       ଗଲେ ଘର ଅଗଣାକୁ 

ଠକ,ଠକ କରି କବାଟ ବାଢାଇ 

      ବୋଲାଇଲେ ମାଲିକଙ୍କୁ ।


ଡାକ ଶୁଣି ପାରି ଘର ର ଭିତରୁ 

    ଆସିଲେ ବୃଦ୍ଧା ବୁଢ଼ୀମା

ବାପ,ବାପ କହି ପାଛୋଟି ତ ନେଇ 

      କହିଲେ ପିଅ ଟିକେ ଚା ।

      


ମିଶ୍ର ବାବୁ କହିଲେ ଥାଉ ବୁଢ଼ୀମା

    ଆପଣ ପୂଜା' କରନ୍ତୁ 

ଆମେ ଦୁଇ ଜଣ ବସି ଅଛୁ ଏଠି 

   ଆପଣ ଯାଇ ଆସନ୍ତୁ ।


ମିଶ୍ର ବାବୁ ବସି ଏଣେ ତେଣେ ଚାହିଁ

  &nbs

p;    ଦେଖିଲେ ଘରର ସ୍ଥିତି 

ମନ ଦୁଃଖ କରି ଲୁହ ଝରାଇଲେ 

       ଭାବିଲେ ଏ କି ମା'ର ଭକ୍ତି ।


ମିଶ୍ର ବାବୁ ବସିଥିବା ପାଖା ,ପାଖି

     ସୋଇ ଥାଏ ଛୋଟ ପିଲା

କିଛି କୁହେ ନାହିଁ କିଛି ଶୁଣେ ନାହିଁ

      ଚାଁହୁ ଥାଏ ଖାଲି ଭଲା ।

      

ମିଶ୍ର ବାବୁଙ୍କର ନଜର ପଡ଼ିଲା        ପଚାରିଲେ ବୁଢୀମାଙ୍କୁ 

ଛୋଟ ପିଲାଟିର ଯେ କଣ ହୋଇଛି

       କହିବକି ମା' ଆମକୁ ।


ବୁଢ଼ୀମା କାନ୍ଦି ,କାନ୍ଦି କହିଲେ ,ବାବୁ

        ତାର ଦେହ ଭଲ ନାହିଁ 

ତାର ବାପା,ମାଆ ଗଲା ଦିନ ଠାରୁ

      କିଛି ଜାଣି ପାରୁ ନାହିଁ ।


କେତେ ବଡ଼ ବଡ଼ ଡାକ୍ତରଙ୍କ ପାଖେ 

         ଦେଖାଇଲିଣି ମୁହିଁ 

ନାତି ମୋର କିନ୍ତୁ ଭଲ ହେଉ ନାହିଁ 

        କହିବି କାହାକୁ ଯାଇ ।


ବୁଢ଼ୀମା କହିଲେ ଲୋକେ କହୁଛନ୍ତି 

     ଦିଲ୍ଲୀ ଗଲେ ଭଲ ହେବ

ଜଣା ସୁନା ଆମ ଓଡିଶା ଡାକ୍ତର 

    ଭଲ ସିଏ କରି ଦେବ।


ତାଙ୍କ ନମ କାଳେ ମିଶ୍ର ବାବୁ ବୋଲି

     କୁହନ୍ତି ସଭିଏଁ ଏଠି

ସମ୍ବଳ ତ ନାହିଁ କହିବି କାହାକୁ 

    ରହୁ ଅଛି ଭାବି ,ଭାବି ।



ଶୁଣି ମିଶ୍ର ବାବୁ ବୁଢ଼ୀମାର କଥା 

     ଲୋତକ ପଡ଼ିଲା ଝରିବୁଢ଼ୀମାର ପାଦ ଧରି ମିଶ୍ର ବାବୁ 

      ମନ ଦୁଃଖ କଲେ ଭାରି ।


ମିଶ୍ର ବାବୁ କାନ୍ଦି କହିଲେ ବୁଢ଼ୀମା 

       ମୁଁ ସେହି ଅଧମ ମିଶ୍ର 

ତମ ଡାକ ଶୁଣି ଆସିଅଛି ମୁହିଁ

     ନାତି ଭଲ ହୋଇଯିବ ।


ସାତ ଦିନ ପରେ ମିଶ୍ର ବାବୁ ନିଜେ

       ଦିଲ୍ଲୀ ନେଇ ଚାଲିଗଲେ

ଛ, ସତ ମାଷ ପରେ ନିରୋଗ୍ୟ କରି 

       ବୁଢ଼ୀମା ହାତକୁ ଦେଲେ।


ବୁଢ଼ିମାର ମନ ହୋଇଗଲା ଖୁସି

    ପୁଜିଲେ ମିଶ୍ର ବାବୁଙ୍କୁ

ଯେତେ ସବୁ ଦୁଃଖ ଥିଲା ତାଙ୍କ ମନେ

  କହିଲେ ନାତି ଟୋକାକୁ ।


ବୁଢ଼ୀମା ,ନାତି ଭଲରେ ଯେ ରହିଲେ 

    ମିଶ୍ର ବାବୁ ହେଲେ ଖୁସି

ମିଶ୍ର ବାବୁ କହିଲେ ସମୟକୁ ଦେଖ 

     କେବେ କାହାକୁ କରେ ସୁଖୀ ,

         ଆଉ କାହାକୁ କରେ ଦୁଃଖୀ .........




Rate this content
Log in