ସମସ୍ୟା
ସମସ୍ୟା
ସମସ୍ୟାର ମନ୍ତ୍ର ଜପି ଜପି ତୁହି
ଗାଆଁକୁ ତୋହର ଛାଡିଲୁ
ସମସ୍ୟା ସମସ୍ୟା କହି କହି ତୁହି
ବାପା ମାଆ ଭୁଲିଗଲୁ ।
ସମସ୍ୟା ସମସ୍ୟା କହି କହି ପୁଣି
କେତେ ଯେ ସମ୍ପର୍କ ଭୁଲିଲୁ
ସମସ୍ୟା ସମସ୍ୟା କହି କହି ପୁଣି
ସାଥି ବଦଳାଇ ଦେଲୁ ।
ସମସ୍ୟାର ଭୂତ ମୁଣ୍ଡେ ଲଦି ହୋଇ
ଏଠି ସେଠି ଘୁରି ବୁଲୁଛୁ
ସମସ୍ୟାକୁ ତୁହି ନିତି ପ୍ରତି ଖାଲି
ଅନ୍ୟର ଉପରେ ଥୋପୁଛୁ ।
ସମସ୍ୟା ତୋହର ସମାଧାନ ତୋର
ଅନ୍ୟକୁ କାରଣ କରୁଛୁ
ନିଜେ ନ ବଦଳିଲେ କିଛି ଲାଭ ନାହିଁ
କିମ୍ପା ତୁ ବିବ୍ରତ ହେଉଛୁ ।
ନିଜେ ବଦଳିଲେ ରାସ୍ତା ଦେଖା ଯିବ
ସମାଧାନ ମିଳିଯିବ
ଅନ୍ତରାତ୍ମା ତୋର ସୁ-ନିର୍ଦ୍ଦେଶ ଦେବ
ଏ କଥା ନିଶ୍ଚୟ ହେଜ