Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Romance Tragedy

3  

Birakishore Nayak

Romance Tragedy

ସ୍ମୃତିରେ

ସ୍ମୃତିରେ

1 min
179


ମନ ଗହନରେ କବିତାରେ ଲେଖା

   ମଧୁଭରା ତୁମ ସ୍ମୃତି 

ଭୁଲି ପାରୁନାହିଁ ତୁମକୁ ଗୋ ପ୍ରିୟା

   ଭୁଲିନାହିଁ ତୁମ ପ୍ରୀତି |


ନୀରବ ରାତିରେ ତୁମେ ମନେପଡ଼

   ବିଦଗ୍ଧ ମୋ ପ୍ରାଣ ଝୁରେ 

ବିରହର ଜ୍ୱାଳା ବଢ଼ି ବଢ଼ି ଯାଏ

   ନୟନରୁ ନୀର ଝରେ |


କେମିତି କହିବି ସ୍ମୃତିର ବେଦନା

   ଯାହା ବି ଗୋପନ ଅଛି 

କିଏ ବା କାହିଁକି ଶୁଣିବାକୁ ଯିବ

   ଭଗ୍ନ ହୃଦୟର ପ୍ରୀତି |


ହୃଦୟେ କେବଳ ସାଇତା ସେ ସବୁ

   ଜାଳିବାକୁ ମୋତେ ସାଥି 

ଏକାକୀ ଜୀବନେ ବଞ୍ଚିଛି ବିରସେ

   ଯାହା ମୂଲ୍ୟ ନାହିଁ କିଛି |


ସବୁ କଥା ସିନା ଅତୀତ ହୋଇଛି

   କେବଳ ବଞ୍ଚିଛି ସ୍ମୃତି 

ତୁମ ଅଭିମାନ ରାଗ ରୁଷା ଯେତେ

   ଏବେ ବି ମୋ ମନେ ଅଛି |


ଭଲ ପାଇଥିଲ ପ୍ରଥମ କୈଶୋରେ

   ଢାଳିଦେଇଥିଲ ସ୍ନେହ 

ଆଜି ସେଇ ସ୍ମୃତି ମନେ ପଡି ପ୍ରିୟା

   ହୃଦୟେ ଭରୁଛି କୋହ |


ଦେଖା ହୋଇନାହିଁ ଅନେକ ଦିନରୁ

   ଦେଖିବାକୁ ଥରେ ଇଛା 

ତୁମେ ହସିଦେଲେ ସରି ଯାଆନ୍ତା ମୋ

   ହୃଦୟର ସବୁ ବ୍ୟଥା |



Rate this content
Log in

Similar oriya poem from Romance