Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Fantasy

2  

sushama Parija

Fantasy

ସ୍ମୃତିରେ ସ୍ମୃତିରେ

ସ୍ମୃତିରେ ସ୍ମୃତିରେ

1 min
283


ସ୍ମୃତି ଏକ ରୂପା ଜହ୍ନ ମନ ଆକାଶରେ

ଚକ୍ଷୁ ନିମିଳିତ ହେଲେ ଉଇଁ ଆସେ ଧୀରେ ।

ଭାସି ଉଠେ ଛବି ହୋଇ ଶୈଶବ,କୈଶୋର 

ଥିଲା ଯେଉଁ ଦିନ ସବୁ ଅତି ସୁଖକର  ।

ବୋଉ କୋଳେ ମୁଣ୍ଡ ଗୁଞ୍ଜି ଶୋଇବାର ବେଳ

ଗପ ଶୁଣା ମନେ ପଡି ନୟନ ସଜଳ ।

ବାପାଙ୍କର ସ୍ନେହବୋଳା ‘ସୁନା ଝିଅ’ ଡାକ

ଭାତଗୁଣ୍ଡା ଖୁଆଇବା ମନେ ଭରେ ଭୋକ ।

ସ୍କୁଲ୍ ର ପ୍ରଥମ ଦିନ ଯେତେ କନ୍ଦାକଟା

ନୂଆ ସିଲଟ , ଖଡିକୁ ନୂଆ ବହି ଖାତା ।

ବର୍ଷା ରେ ଭିଜି କାଗଜଡଙ୍ଗା ଭସାଇବା

ଲୁଚି ଛପି କାହା ବାଡିରୁ ପିଜୁଳି ତୋଳିବା ।

ସାଙ୍ଗସାଥୀ ମେଳେ ଲୁଡୁ ବୋହୁଚୋରି ଖେଳ

ଜହ୍ନିଓଷା, ରଜଦୋଳି, ଭାଲୁକୁଣି, ଦୋଳ ।

କୁଆଁର ପୁନେଇଁ ପୂଜା କୁଆଁରୀଙ୍କ ମେଳେ

ମନେ ପଡିଗଲେ ଆଖି ଭରେ ଅଶ୍ରୁଜଳେ ।

ମାମୁଁଘର ଦୋଳ ଯାତ, ପୋରୁହାଁ ଅଷ୍ଟମୀ 

ଦୀପାବଳି ବାଣଫୁଟା ଯେତେ ଫାଜିଲାମୀ ।

ଭାଇ ଭଉଣୀଙ୍କ ସହ ଯେତେ ରୁଷାରୁଷି

ପିଠା କଳି ମିମାଂସା ଯେ କରେ ବୋଉ ଆସି ।

ଆହା କି ସୁନ୍ଦର ଥିଲା ସେଇ ସବୁ ଦିନ 

ବିସ୍ମୃତି ଗର୍ଭରେ ସେ’ତ ହୋଇଛି ବିଲୀନ ।

ବୟସର ଅପରାହ୍ନେ ବସି ଆଜି ଭାବେ

ଫେରି ଆସନ୍ତା କି ସେଇ ଦିନ ସବୁ ଏବେ ।


Rate this content
Log in

Similar oriya poem from Fantasy