ସ୍ମୃତିର ପାଖୁଡା
ସ୍ମୃତିର ପାଖୁଡା

1 min

206
ସ୍ମୃତିର ପାଖୁଡା ଖୋଲି
ସାଉଁଟି ପଡିଲି
ବେଶୀ କିଛି ନା ହେଲେବି
କିଛି ବି ବୁଝିଲି।
ଦୁଇ ଦିନର ଦୁନିଆ
କେତେ ଲୋଭ ମାୟା
ଭଙ୍ଗା ଗଢ଼ା ନିତି ହୁଏ
ପୁରୁଣା ଓ ନୂଆ।
ଅଡୁଆ ତଡୁଆ ସ୍ମୃତି
ଭାବନା ରାଇଜେ
ମନ ମାଟିକାନ୍ଥ ପରେ
ଆଙ୍କେ ମୁଁ ସହଜେ।
ସମୟ ବଦଳେ ସିନା
ସ୍ମୃତି ବଦଳେନା
ସ୍ମୃତି ତ କାଚ ଆଇନା
ମିଛ ବି କୁହେନା।