ସ୍ମୃତି
ସ୍ମୃତି


ପ୍ରେମର ଅଭୁଲା ସ୍ମୃତି
ଏବେ ବି ଦେଖେ ମୁଁ ରାତି,
ତୁମେ ଛାଡି ଚାଲିଗଲା ପରେ
ନିଦ ଆସେନି ରାତି ।
ଆଖିରେ ମୋର ତୁମ ପ୍ରତିଛବି
ସେହି ଅନ୍ଧାର ରାତି,
ବିରହ ବେଦନା କେମିତି କହିବି
ଭୁଲି ପାରୁନି ତୁମକୁ ସାଥି ।
ପ୍ରେମର ଯନ୍ତ୍ରଣା ତୁମେ କି ବୁଝିବ
ତମ ହୃଦୟ ଭଙ୍ଗା ଆଇନା,
ତମେ ଚାଲିଗଲା ପରେ ତୁମ ସ୍ମୃତିକୁ
ସାଇତି ରଖିଛି ମନ ମଇନା ।
ଖୋଲା ଆକାଶକୁ ଉଡି ଚାଲିଗଲ
ପିଞ୍ଜରାରେ ମୋ ପ୍ରେମ ବାନ୍ଧି ,
ଆଉ କାହା ହାତ ଧରି
ସାଜିଲ ତାର ପ୍ରେମ ବାନ୍ଧବୀ ।
ତୁମକୁ ହୃଦୟ ଦେଇଥିଲୁ ମୁଁ
ଜୀବନ ଠୁ ଅଧିକ ପାଇ ଭଲ ,
ତୁମେ ଛାଡି ଚାଲିଗଲା ପରେ
ଦେହ ହେଲାଣି ଦୁର୍ବଳ ।
ରାତିର ନିଦ ହଜି ଯାଇଛି
କେମିତି ଶୋଇବି ତୁମ ବିନା,
ଶୋଇବାକୁ ଚେଷ୍ଟା କରେ ମୁଁ
ତୁମ ସ୍ମୃତି ଶୋଇବାକୁ ଦିଏନା ।
ମୋବାଇଲ ରାତି ସାରା ଦେଖେ
କାଲେ ଆସିବ ତମ ଫୋନ,
ଅଭୁଲା ସ୍ମୃତି ଦେଖି ଦେଖି
ରାତିରୁ ପାହି ଯାଉଛି ଦିନ ।
ଆସ ହେ ପ୍ରିୟା ଫେରି
ଲେଖିଛି ତୁମକୁ ଚିଠି,
କାଲେ ତୁମେ ଫେରି ଆସବି
ମନେ ପକେଇ ଅଭୁଲା ସ୍ମୃତି
ମନେ ପକେଇ ଅଭୁଲା ସ୍ମୃତି ।