ସ୍ମୃତି
ସ୍ମୃତି
ସ୍ମୃତି ଗୋ ତୁମେ ଯେତେବେଳେ ଆସ
ଆଖି ମୋ ଭିଜେଇ ଯାଅ ।
କେବେ ହସ ହୋଇ କେବେ ଲୁହ ହୋଇ
ଅସରେ ବରଷି ଯାଅ ।
କଟୁ ମଧୁ ହୋଇ ନୀରୋଳା ମୂହୁର୍ତେ
ସାଥି ମୋର ହୋଇଯାଅ ।
ମଧୁର ତୁମର ଶୀତଳ ପରଶେ
ଶିହରୀତ କରି ଦିଅ ।
ବଞ୍ଚିବାର ତୁମେ ଏକଇ ଭରସା
ଦୁଃଖ ସୁଖ ମିଶାମିଶି ।
ଜୀବନକୁ ମୋର ଆହ୍ଲାଦିତ କର
ଗୋପନରେ ଆସିଆସି ।
ବଞ୍ଚିଥିବା ଯାଏଁ ଯେତେ ମୁଁ ତଡିଲେ
ତୁମେ ସାଥେ ଜୁଡିଥାଅ ।
କେବେ ହସ ହୋଇ କେବେ ଲୁହ ହୋଇ
ମତେ ଚୁମି ଯାଉଥାଅ ।
ଗୋପନ ତୁମେ ହୃଦୟ ଫରୁଆର
ସଞ୍ଚିତ ହୀରା ମୋତି ।
ଜକଜକ ହୋଇ ଝଟକୁ ଥାଅ ଗୋ
ସୃତି ତୁମେ ଅହୋ ରାତ୍ରୀ ।