Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Romance Tragedy Inspirational

3  

Birakishore Nayak

Romance Tragedy Inspirational

ସ୍ମୃତି ତୁମେ

ସ୍ମୃତି ତୁମେ

1 min
166


ସ୍ମୃତି ତୁମେ କେବେ ମଧୁ ବର୍ଷିଯାଅ

    ଭିଜେଇ ଦେଇ ମୋ ମନ 

କେବେ କେବେ ପୁଣି ଜଳାଇ ଦିଅ ଯେ

   ବୁହାଇ ଝାଞ୍ଜି ପବନ |


ବାସର ରାତିରେ ପ୍ରିୟାର ଚୁମ୍ବନ

   ହୋଇ ଓଠେ ହସ ହୁଅ 

କେବେ ପୁଣି ତୁମେ ସିଠୁଆ ଓଠରେ

   ଶୁଷ୍କତା ତ ଭରିଥାଅ |


କେବେ ଚେଇଁ ଉଠେ ହୃଦୟେ ବାସନା

   ତୁମରି ପରଶ ପାଇ 

ବାସ୍ତବ ନହୋଇ ତଥାପି ମନରେ

   ହରଷଇ ପ୍ରୀତି ଦେଇ |


ତୁମେ ଫୁଲ ବନ ଲୋହିତ ଗୋଲାପ

   ରକ୍ତ ଝରା ହୋଇ ଫୁଟ 

ତୋଳିବାକୁ ଗଲେ ନିଷ୍ଠୁର ଭାବରେ

   ଦିଅ କଣ୍ଟାର ଆଘାତ |


ଆଖିରେ ତୁମେ ତ ଭରିଦିଅ ଆଶା

   ବଞ୍ଚିବାର ନୂଆ ରାହା 

କେବେ ବହିଯାଅ ଲୁହ ହୋଇ ପୁଣି

   ଜଳାଇ ହୃଦୟେ ନିଆଁ |


ତୁମେ ଗୋଧୂଳିର ରକ୍ତିମା କିରଣ

    ସାତ ରଙ୍ଗେ ଛୁଇଁଥାଅ 

କେବେ ନିଶିଥର ଅମା ଅନ୍ଧକାର

    କଳା ରଙ୍ଗ ଭରିଥାଅ |


ଏନ୍ତୁଡ଼ି ଶାଳାରେ ପ୍ରଥମ ନିଆଁର

    ସୁଖର ଉତ୍ତାପ ତୁମେ 

କେବେ ତୁମେ ନିଆଁ ମଶାଣି ଭୂଇଁର

    ଜାଳ ସବୁ ଅବିରାମେ |


ଜୀବନରେ ଯଦି ବଞ୍ଚି ରହନ୍ତାନି

    କାହାର କେବେ ବି ସ୍ମୃତି 

ମଣିଷ ବଞ୍ଚନ୍ତା ରୁକ୍ଷ ପଥ ପ୍ରାନ୍ତେ

    ନଥାନ୍ତା ମମତା ପ୍ରୀତି |


ସ୍ମୃତି ତୁମେ ପରା ମଧୁର କବିତା

   ବସନ୍ତର ସମୀରଣ 

ତୁମେ ବି ମରୁର ଅଦିନିଆ ଝଡ଼

   ସୁଖ ଦୁଃଖର କାରଣ |



Rate this content
Log in

Similar oriya poem from Romance