ସ୍ମୃତି ତା ସାନିଧ୍ୟ
ସ୍ମୃତି ତା ସାନିଧ୍ୟ
ଋତୁହୀନ ସହରେ ଜାଣିଛ
ଅଛି ଏତେ ଦୁରେ
ଅସରନ୍ତି ଦିନ କଟେ
ଆତୁରେ ଶଙ୍କାରେ
କେମିତି ଆସିବି ପ୍ରିୟେ
ଇସାରା ଦେଉଛ ତଥାପି
ଲାଗୁଛି ଅଭିପ୍ସା ମରୀଚିକା
ଅସହାୟ ମନରେ....
ଭାବନାର ତଣ୍ଟି ମୁଁ ଚିପିଛି
ଛିନଛତ୍ର ଶ୍ୱାସରୁଦ୍ଧ
ଅନ୍ତସ୍ୱର ଉଛାଟେ ଆର୍ତ୍ତନାଦ
ଉଛୁଳା ସାଗର ଢେ଼ଉରେ
ତଥାପି କେମିତି ବଞ୍ଚିଛେ ଆମେ !
ଏ ସ୍ମୃତି ତମେ ଆଉ ମୁଁ
ଅକାରଣେ କେମିତି ଆଙ୍କୁଛି
ଅନାବନା ଆକାଂକ୍ଷାର ଇନ୍ଦ୍ରଧନୁ
ଅଶାନ୍ତ ଉତ୍କ୍ଷିପ୍ତ ଜ୍ଵଳନ
ଋତୁବତୀ କ୍ଷୁଧା
ଅଧର୍ଯ୍ୟତୃପ୍ତି ଅଭିଳାଷ
ଚତୁର୍ଥ ଦିନର
ବ୍ୟାକୁଳ ସବୁଶବ୍ଦ
ପ୍ରଣୟ ଭାଷାର
ଲାଜକୁଳୀ ନିତମ୍ବ
ଅଶାନ୍ତ ଆଶାରେ
ଛନ୍ଦିହୋଇଯାନ୍ତି ସ୍ୱପ୍ନକୁ ଆଣି
ମହାଚିନ୍ତନରେ
ସନ୍ତୁଳିତ ମୋ ମନ
ତାଳ ଦେଇ ପ୍ରତିଧ୍ଵନି ପ୍ରାୟ
ନିର୍ଜନତାକୁ କରୁଛନ୍ତି
କେମିତି ଆହ୍ବାନ !!
ପଡ଼ିବି କି ଆଉ
ପ୍ରୀତିଫାସ ବନ୍ଧନରେ ....
ମାରିଦିଏ ଯେବେ ଏକାନ୍ତବାସରେ !