Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Sahu

Romance Tragedy Others

4.4  

Nityananda Sahu

Romance Tragedy Others

ସ୍ମୃତି ର ଝରକା

ସ୍ମୃତି ର ଝରକା

1 min
238


ତୁମେ ଗଲା ଦିନୁ ଲୁହକୁ ସାଉଁଟି ,

ବଞ୍ଚିଛି ମୁଁ ହସି ହସି

ପଚାରନା ମତେ ପାଗଳ କି ଆଜି ?

ତୁମକୁ ମୁଁ ଖୋଜି ଖୋଜି !

ନିଶବ୍ଦ ପ୍ରହରେ , ଉଦାସ ମନରେ

ତୁମ ସ୍ମୃତି ଛାତି ତଳେ କୁହୁଳେ

ଆଜି ସେ ଚିଠି ଚିରିନି, ରଖିଛି

ତୁମ କୁ ପାଇବା ପାଇଁ ଟିକେ ପାଖରେ ।।

ପଚାରୁଛ ମତେ, ହୃଦୟ ଦେଇ କି

କରିଛି କି କାଳେ ମୁଁ ଭୂଲ, ?

ସେମିତି ଭାବନି, ଆଜି ବି ମୁଁ ପ୍ରେମୀ

ତୁମକୁ ଦେଇ ମୋ ପ୍ରେମର ମୂଲ ।।

ସ୍ୱାର୍ଥପର ବୋଲି କାହିଁକି କହୁନି

ସେଥିପାଇଁ କର ନାହିଁ ମନ ଦୁଃଖ

ଆରେ ଯିଏ ଜୀବନରେ ଲୁହକୁ ପିଇ ବଞ୍ଚିଛି

ତା' ପାଇଁ ସବୁଠୁ ମୂଲ୍ୟବାନ ତୁମ ସୁଖ ।।

ହଁ, କହି ପାର ମତେ ଫୁଟାଣି ମାରୁଛି

ହାରିଯାଇ ଆଜି ବାଜି ,

ତଥାପି କହୁଛି ଦର୍ପଣ ଦେଖି

ପଚାର କିଏ ସେ ଖୁସି ରେ ଅଛି ?

ତୁମେ ବି ଯେମିତି ମୁଁ ବି ସେମିତି

ଆଜି ଭିନ୍ନ ଆମ ଚଲାବାଟ

ତୁମେ ସଂସାର ନିଆଁ ରେ ଲୁହ ପିଅ ମିଛେ ହସି

ଆଉ ଆଜି ସାଥିରେ ଦୁଃଖକୁ ନେଇ ମୁଁ ବଞ୍ଚିଛି।।

ବାସ ,କେବେ ଦିନେ ନିଶ୍ଚୟ ହେବ ପୁନର୍ମିଳନ

ତୁମ ଭାବନା ସହ ମୋ ଭାବନାର

ସେ ଦିନ ସେଇଠି ବୁଝିବ, ତୁମ ଦୁଃଖୀ ମନ

କେତେ ଶାଶ୍ୱତ ଥିଲା ପ୍ରେମ ଆମର ।।


Rate this content
Log in