ସ୍ମୃତି ପୁଣି କେବେ
ସ୍ମୃତି ପୁଣି କେବେ
ସ୍ମୃତି ପୁଣି କେବେ ତିକ୍ତ ଅନୁଭୁତି
ସ୍ମୃତି ପୁଣି କେବେ ହାତ ଲେଖା ଚିଠି !!
ସ୍ମୃତି ପୁଣି କେବେ କାକର ପାହାନ୍ତି
ସ୍ମୃତି ପୁଣି କେବେ ଅମା ଅନ୍ଧାର ରାତି !!
ସ୍ମୃତି ପୁଣି କେବେ ନିଝୁମ ରାତିର ସାଥୀ
ସ୍ମୃତି ପୁଣି କେବେ ପ୍ରେମ ପ୍ରଣୟର ତାତି !!
ସ୍ମୃତି ପୁଣି କେବେ ଦୂଖେ ଥରାଏ ଛାତି
ସ୍ମୃତି ପୁଣି କେବେ ତୋଳେ ମଧୁଝରା ଗୀତି !!
ସ୍ମୃତି ପୁଣି କେବେ ଅଛିଣ୍ଡା ଗଣିତର ଭୀତି
ସ୍ମୃତି ପୁଣି କେବେ ତାଳୁରୁ ତଳୀପାର ପ୍ରୀତି !!
ସ୍ମୃତି ପୁଣି କେବେ ବିନା ଆମନ୍ତ୍ରଣେ ସାଥି
ସ୍ମୃତି ପୁଣି କେବେ ଅମାନିଆ ପ୍ରିୟାର ପ୍ରତିତି !!