ସ୍ମୃତି ପସରା
ସ୍ମୃତି ପସରା
ଅପାସୋରା ସେଇ ଦୁର୍ବଳ ମୁହୂର୍ତ୍ତ
ମନ କୁ କରିବାକୁ ସିକ୍ତ
ଅବା ହସ୍ତ କରିବାକୁ ରିକ୍ତ
ହାତ ଠାରି ଡାକେ ଯିବାକୁ ଦୂରକୁ
ତଥାପି ମନ ମୋ ତ୍ରସ୍ତ ସନ୍ତପ୍ତ ।
ସେ ତ ମୋ ଆପଣା ଏକାନ୍ତ
ମୋ ଜୀବନ ରୁ କିଞ୍ଚିତ ଉଦ୍ଧୃତ
ତଥାପି ସାହସ ପାଇନି ଦେଖିବାକୁ ଫେରି
ନା ଅଟକିଛି.. ନ ଆଗେଇ ପାରିଛି
ସେଇ ଗତ .. ବିଗତ.. ବିସ୍ମୃତ .. ମୁହୂର୍ତ୍ତ..!
କିନ୍ତୁ କହିନି ତ ସେ କେବେ
ମୁଁ ଆଉ ନୁହେଁ ତୁମର
କି ଖୋଜିନି ବି କେବେ
ନିରୋଳା ସାନିଧ୍ୟ..ମୋହର ।
ମୁଁ କିନ୍ତୁ ଭୂଳିପାରିଲି କି କେବେ ..
ସେ ସବୁ ତ ଥିଲା.. କେବଳ.. ମୋ ଆପଣାର ।
ଭାବୁଥିଲି ମୁଁ ଆଗକୁ ଆସିଗଲି।
ସେଇ ଅଲିଭା ସ୍ମୃତି ଲିଭେଇ ଦେଇ.. କିନ୍ତୁ.
ଭାବୁଛି
ଏକାକୀ କିଏ..ତେବେ!! ବେସାହାରା!!
ମୁଁ.. ନା ..ସେ ଅସରନ୍ତି ସ୍ମୃତି ପସରା!!