STORYMIRROR

Ranjit Sahu

Tragedy

3  

Ranjit Sahu

Tragedy

ସ୍ମୃତି -12

ସ୍ମୃତି -12

1 min
203


ଅପରାଧୀ ମୁଁହି ସାଜିଛି କି ଆଉ, 

ଏହି ପ୍ରଶ୍ନରେ ଜାଳେ ମୁଁ ଜାଗର, 

କଣ୍ଟାର ଶେଯରେ ସରେ ମୋର ରାତି,

ତଥାପି ପାଏନି କେବେ ଉତ୍ତର !


ଗଢି ଦେଇ ଅଛି ମଣିଷ ଦୁନିଆଁ, 

ଆମ ମଧ୍ୟରେ ଅଭେଦ୍ୟ ପ୍ରାଚୀର ,

ପାପ ପୂଣ୍ୟ କରି ତଉଲେ ସମାଜ,

ନ ମାନେ କେବେ ବନ୍ଧନ ହୃଦର I 


ତୃଷା ଭରା ଦୁଇ ବିନିଦ୍ର ଆଖିରେ, 

ନିଷିଦ୍ଧ ସ୍ଵପ୍ନ ପ୍ରେମ ତୁମର, 

ସ୍ମୃତିର ନଈଟି ଶୁଖେନି କାହିଁକି,

ଲୁହ ଧାର ସାଜି ଖୋଜେ ସାଗର !


Rate this content
Log in

Similar oriya poem from Tragedy