ସମ୍ପତି ମୋ ଭିଟାମାଟି
ସମ୍ପତି ମୋ ଭିଟାମାଟି
ଛାଡି ଆସିଛି ମୁଁ ସ୍ୱର୍ଗ ସୁଖ ମୋର
କାହିଁ କେତେ ଦୂର ବିଦେଶ ।।
ସବୁ ଲାଗେ ଏଠି କ୍ଷଣିକ ସୁଖ
ବଡ ବଡ କୋଠା ଆଖି ଆଗେ ଦିଶେ ।।
ରାତି ଲାଗେ ଖରା ଦିନ
ଆଲୁଅ ମାଳରେ ସହର ଝଲକେ ।।
ତଥାପି ବୁଝେନା ମନ
ଟାଇଲି ଚଟାଣବୁଝିବ କି ଅବା।।
ମାଟି ଚଟାଣ ର ଲୁହ
ଛାତ ଘର ଅବା କାହିଁକି ବୁଝିବ।।
ଚାଳ ଛପ୍ପର ର କୋହ
ପଇସା ର ଲୋଡ଼ା ନାହିଁ ମୋତେ କେବେ ।।
ଫେରିଯିବି ଗାଁ ମାଟି
ସେଇଠି ଅଛି ମୋ ସୁନା ର ସମ୍ପତି।।
ମୋ ଗାଁ ଭିଟାମାଟି