Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Others

4  

Binata Mohanta

Others

ସମ୍ପର୍କଠୁ ବହୁତ ଦୂରେ

ସମ୍ପର୍କଠୁ ବହୁତ ଦୂରେ

1 min
235


ନା ଦରକାର ମୋର

   ପୋଷାକ ପରିପାଟୀ

ନା ଦରକାର ଘରଦ୍ଵାର

    ମହଲ ଅବା କୋଠୀ  

ଆଖିରୁ ହଜି ଯାଇଛି

    ମୋହର ନିଦ

ଭୋକରେ କିନ୍ତୁ ପେଟ 

    ମାଗୁଛି କିଛି ଖାଦ୍ୟ ।


ଅପରିଷ୍କାର, ଘୃଣ୍ୟ ମୁଁ

    ସଭିଙ୍କ ଦୃଷ୍ଟିରେ

ଘୁରୁଛି ଏଣେ ତେଣେ

    ଅର୍ଦ୍ଧ ନଗ୍ନ ଶରୀରେ 

ବଢି ମୋ'ର ଦାଢ଼ି ଚୁଟି

    ଦିଶୁଛି ବିକୃତ

ମୋ ପାଇଁ ପରିବାର ଜନ

    ସମାଜେ ଲଜ୍ଜିତ ।


କେତେ ବେଳେ ଗଛମୂଳ

    କାହା ପିଣ୍ଡା ଅବା ଚାଳ

ଏହି ସବୁ ସ୍ଥାନ ଅଟେ

    ମୋ'ର ଆଶ୍ରୟ ସ୍ଥଳ

ଛିଣ୍ଡା ଫଟା ଆବର୍ଜନା

     ମୋ'ର ସମ୍ପତ୍ତି

ଦେବାଳିଆ ଅଟେ ମୁହିଁ

     ଦିଶାହୀନ ମତିଗତି ।


ନିଜର ବୋଲି ନାହାନ୍ତି 

    କେହି ମୋ'ର ହାୟ

ହୋଇ ପଶୁ ତୁଲ୍ୟ 

     ଘୁରି ବୁଲୁଥାଏ ପ୍ରାୟ 

ବିକୃତ ମସ୍ତିସ୍କ ଯୋଗୁଁ

    ହେତୁ ହଜାଇଛି

ଘୁରିବୁଲି ଏପଟେ ସେପଟେ

    ପାଗଳ ବୋଲାଉଛି ।


ସମ୍ପର୍କଠୁ ବହୁତ ଦୂରରେ

    ମୁଁ ଅଟେ ପାଗଳା

ସଭ୍ୟ ସମାଜ ଦୃଷ୍ଟିରେ

    ମୁଁ ଅଟେ ମଇଳା

ଜାଣି ପାରୁ ନାହିଁ ମୁହିଁ 

    ପଶୁ ଜନ ମଧ୍ୟେ ପାର୍ଥକ୍ୟ 

ବୁଦ୍ଧି ଶୂନ୍ୟ ଜ୍ଞାନ ହୀନ

    ବୁଝିବାକୁ ନାହିଁ ସାମର୍ଥ ।


Rate this content
Log in