Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Others

3  

Binata Mohanta

Others

ସମ୍ପର୍କର ନୂଆ ମୁହଁ

ସମ୍ପର୍କର ନୂଆ ମୁହଁ

1 min
120


ଯେବେ ଜାଣିଲି ମୁହିଁ

      ହୋଇଛି ମୁଁ ଅନ୍ତଃସତ୍ତ୍ୱା 

ମାତୃତ୍ଵ ଭାବନା ସଞ୍ଚାରିତ

      ହୃଦୟେ ଅହେତୁକ ମମତା ।।

ମୋ ଗର୍ଭ କରୁଛି

      ଏକ ନୂତନ ଜୀବନର ସର୍ଜନ

ଏହା ହିଁ ତ ଏହି

      ବିଚିତ୍ର ସୃଷ୍ଟିର ନିୟମ  ।।

ସମ୍ପର୍କର ଏକ ନୂଆ ମୁହଁ

      ଯୋଡିଲା ଦାମ୍ପତ୍ୟ ଜୀବନେ

ମାତାପିତା ହେବାର ସୋଭାଗ୍ୟ ପ୍ରାପ୍ତି

      ଉମଙ୍ଗ ଉତ୍ସାହ ଭରିଛି ମନେ  ।।

ଶୟନେ ସପନେ ସର୍ବଦା

      ଝଲସୁଛି ଏହି ସମ୍ପର୍କର ନୂଆ ମୁହଁ

ମନେ ଉଙ୍କି ମାରୁଛି

      ଦେଖାଇବାକୁ ଆକାଶର ତାରା ଜହ୍ନ ।।

ଗୋଟି ଗୋଟି ଜିନିଷ

       ସଜାଡୁଛି ତୋ ଆସିବା ନିମନ୍ତେ

କୋଳରେ ନେଇ ବୁଲାଇବାକୁ

       ଖୁସିରେ ଅନାଇଛନ୍ତି ସମସ୍ତେ ।।

ତୋ କାନ୍ଦରେ ଦଉଡିବେ

       ଘରର ସମସ୍ତ ସଦସ୍ୟ ଗଣ

ସମ୍ପର୍କର ନୂଆ ମୁହଁର

        କରିବାକୁ ସବୁ ଇଚ୍ଛା ପୂରଣ   ।।



Rate this content
Log in