Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.
Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.

Sukadev Mahanta

Abstract

3  

Sukadev Mahanta

Abstract

ସମ୍ପର୍କର ହାତ ଧରି

ସମ୍ପର୍କର ହାତ ଧରି

1 min
113


ଦଶମାସ ଦଶଦିନ ଧରି

ଅନ୍ଧାର ସଙ୍ଗେ ଯୁଦ୍ଧ କରି

ମାତୃ ଗର୍ଭରୁ କୁଦାମାରି

ଭୂମିରେ ପଡି କୁଆଁ କରି

କିଏ ମୁଁ ବୋଲିଣ ପଚାରି

ମନେ ମନେ ମୁଁଗଲି ଡରି

ହେଲି ମୁଁ ଆଶ୍ଚର୍ଯ୍ୟ ଚକିତ

ଦେଖି ସର୍ବତ୍ର ଆଲୋକିତ

ମାତା ପୃଥିବୀ ବାୟୁ ଜଳ

ଗଗନ ତେଜ ମାତୃକୋଳ

ବାନ୍ଧିଲା ସମ୍ପର୍କ ଡୋରୀରେ

ବଢିଲି କ୍ରମେ ଧୀରେ ଧୀରେ

ବଢିଲି ଚନ୍ଦ୍ରକଳା ପରି

ସମ୍ପର୍କର ହାତକୁ ଧରି ।


ସମ୍ପର୍କ ନଈ ତୀରେ ତୀରେ

ଆଗେଇ ଚାଲି ଧୀରେ ଧୀରେ

ଲେଖି ଚାଲିଲି ହୃଦୟରେ

ସ୍ନେହ ମମତାର କାଳିରେ

 ନୂଆ ପୃଷ୍ଠାଟେ ପୃଷ୍ଠାପରେ

ଜୀବନର ଚଲାପଥରେ

ମିଳନ ବିଚ୍ଛେଦ ଭିତରେ

ଦୁନିଆଁରେ ସମ୍ପର୍କ ହାଟରେ

ହିସାବ ନିକାଶ ସବୁରେ

ସମ୍ପର୍କର ମୂଲ୍ୟ ଶୂନରେ

ରହିଯାଏ ସବୁ କ୍ଷେତ୍ରରେ

ଲାଭ କ୍ଷତି ଅଙ୍କ କଷାରେ

ସମ୍ପର୍କର ମୂଲ୍ୟନାହିଁ ଏଠି

ସ୍ବାର୍ଥ ସିଦ୍ଧି ହୋଇଗଲାପରେ ।


ସମ୍ପର୍କର ହାତ ଧରି ଧୀରେ

ଆଗକୁ ବଢିବା ଭିତରେ

ଦେଖାଯାଏ ପ୍ରତି କ୍ଷେତ୍ରରେ

ମତଲବି ନର ଦେହରେ

ହୃତପ୍ରାୟ ମଣିଷ ପଣିଆଁ

ବିଳପି କାନ୍ଦେ ଗୋପନରେ

କେଉଁଠି ପୁଣି ଅଟ୍ଟହାସ କରେ

ସବୁ ସ୍ବାର୍ଥ ସରିଗଲାପରେ

କାହାକୁ ବି ମିଳେ ନାହିଁ କିଛି

ସାରହୁଏ ହରାଇବାରେ

ପାଇବାର ଦୁର୍ବାର ଲାଳସାରେ

ଧାଇଁ ନିତି ସଂସାର ମରୁରେ

ଆସେ ଏକା ଚାଲିଯାଏ ଏକା

କେହି ହେଲେ ଯାଏନି ସାଥିରେ ।



Rate this content
Log in

More oriya poem from Sukadev Mahanta

Similar oriya poem from Abstract