Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ସମ୍ପର୍କେ ହୋଇଛେ ବନ୍ଧା

ସମ୍ପର୍କେ ହୋଇଛେ ବନ୍ଧା

1 min
286



ସମାଜ ସୃଷ୍ଠ, ବ୍ୟକ୍ତି, ପରିବାର ଗୋଷ୍ଠୀ

ସମୁହକୁ ନେଇ 

ମଣିଷ ମଣିଷ ଭିତରେ ସମ୍ପର୍କ, ଏକତା

ସୂତାରେ ଗୁନ୍ଥା ଥାଇ ।


ଜୀବନ ଭିତରେ, ଅନେକ ସମ୍ପର୍କରେ 

ଆମେ ହୋଇଛେ ବନ୍ଧା

ଦୁଃଖ ଓ ସୁଖକୁ ବାଣ୍ଟିଲେ ପାଇବା ଚିର 

ନୂତନତ୍ୱର ମଧୁଛନ୍ଦା ।


ଯୁଗେ ଯୁଗେ ଲୋଭ, ଅହମିକା, ସ୍ୱାର୍ଥ 

ରହିଥିଲା, ଅଛି ଓ ରହିବ

ସମ୍ପର୍କର ମାନେ ବୁଝିଥିବା ମଣିଷ ସମ୍ପର୍କ 

ତାକୁ କଅଣ କାଟି ପାରିବ।


ପ୍ରାଣ ଅଛି ମଣିଷର, ସେ କେବେ ନୁହେଁ ତ

ଏକ ନିର୍ଜୀବ କାଠଟିଏ

ସ୍ୱାର୍ଥ ହାସଲ ଚିନ୍ତା କେବଳ ଥିଲେ ସମ୍ପର୍କେ 

ଆବେଗେ ମନ ଝୁରି ହେଉଥାଏ ।


ଅସୂୟା, ହିଂସା ଓ କାତର ନିଜ ମନୁ ଦୂର 

କରି ସତ୍ୟ ପଥରେ ଯିଏ ଧାଏଁ

ସ୍ୱାର୍ଥହୀନ ଵିଵେକୀ ହୃଦୟ, ଅନ୍ୟର ଆତ୍ମାକୁ

ଜିଣି ସଂସାରେ ଯଶ ଲଭିଥାଏ ।


ପୁଂଜିବାଦକୁ ରକ୍ଷା କରିବାକୁ ଶିକ୍ଷା ମିଳୁଛି 

ସମ୍ପର୍କ ମୂଲ୍ୟହୀନ ଓ ଅର୍ଥହୀନ

ପେଟ୍ରୋଲ ସାଧନକୁ ଦଖଲ କରିବାକୁ ଯୁଦ୍ଧ

ସୃଷ୍ଟି କରନ୍ତି ପୁଂଜିବାଦୀ ରାକ୍ଷସଗଣ ।


Rate this content
Log in