Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bunee Tripathy

Others

4  

Bunee Tripathy

Others

ସମ୍ପର୍କ

ସମ୍ପର୍କ

1 min
354



ଜନମ ହୋଇଲେ ସମ୍ପର୍କ ଜୋଡଇ

   କାହା ସାଥେ କେତେ ରଙ୍ଗେ

ଯେତେ ଯେତେ ପାଦ ଆଗକୁ ବଢଇ

  ନୂତନ ଆସଇ ସଙ୍ଗେ।


କେଉଁ ସମ୍ପର୍କକୁ ବାନ୍ଧିବା ନିମନ୍ତେ

  ବିତିଯାଏ ବର୍ଷ ମାସ

ଆଉ କେହି ପୁଣି କ୍ଷଣିକେ ଆସି

  ବସି ହୋଇ ବିଶେଷ।


ସମ୍ପର୍କ ମାୟାରେ ବନ୍ଧାଯେ ମାନବ

   ହାରିଯାଏ ବେଳେବେଳେ

ମିଛର ଖୋଳପା ତଳେ ଲୁଚିଥାଏ

   ସଇତାନ ଭାବେ ମିଳେ ।


ରକତ ନୁହଁଇ ଚାବିକାଠି କେବେ

  ସମ୍ପର୍କ କହିବା ସଚ୍ଚା

ନିଜ ଲୋକମାନେ ଦିଅନ୍ତି ତ ଧୋକା

  ମନଟା‌ ହୁଅଇ ନିଚ୍ଚା।


ବଡସାନ ଏଠି ଧରି ହୁଏନାହିଁ

  ମନଟା ଯେଉଁଠି ମଶେ

ଲିଙ୍ଗ ଗତ କଥା ପଚରା ଯାଏନି

   ସମ୍ପର୍କ ଯେଉଁଠି ଦିଶେ।


ବିଶ୍ବାସ ଯେଉଁଠି ସମ୍ପର୍କ ସେଇଠି

  ଅଙ୍ଗାଆଙ୍ଗିରେ ଜଡ଼ିତ

ଦେଇପାରେ ପ୍ରାଣ ହସିହସି ସିଏ

   ମନେ ନରଖି କିଛିତ।


ସମ୍ପର୍କକୁ କେହି ଵୁଝିନାହଁ ଯଦି

   ଜହ୍ନ କଇଁକୁ ଦେଖିବ

ଖୋଜା ପଡେ ନାହିଁ ପାଶେ ରହିବାର

   ଦୂରେ ଥିଲେବି ଚଲିବ।


ତ୍ୟାଗ ମଧ୍ୟ ଅଟେ ଅମୋଘ ଅସ୍ତ୍ରତ

ଦୃଢ଼ କରିବ ସମ୍ପର୍କ

ନିଜ ସ୍ଵାର୍ଥ ତେଜି ଆନନ୍ଦେ ତ ଜୀଇଁ।

କର ନାହିଁ କେବେ ତର୍କ।


ଜୀବନ ଜାକର ମୂଳଧନ ପରା

  ଗଲାପରେ ମିଳେ ସୁଧ

ଦୁଇ ଟୋପା ଲୁ‌ହ ବୋହିଗଲା ପରେ

  ସବୁ ହୁଏ ପରିଶୋଧ।


ସମ୍ପର୍କକୁ ଯିଏ ବୁଝିଛି ଯାଣିଛି

  ହସିହସି ନିଭାଇବ

ସେଥିପାଇଁ ତା'ର ଜୀବନ ଉତ୍ସର୍ଗ

  କେବେ କଣ ପଛାଈବ।


Rate this content
Log in