Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dmishra Sahityalaya

Others

2  

Dmishra Sahityalaya

Others

ସମ୍ପର୍କ

ସମ୍ପର୍କ

1 min
103


ତୁମେ ଦିବସର ଚଞ୍ଚଳତା, ଆଲୋକିତ ଧରଣୀର ସୁନ୍ଦରତା

ବିଶ୍ୱାସର ପଥରରେ ତୁମେ ଅବିରାମ ଅଗ୍ରସର କୋମଳତା,

ତୁମେ ଏଇ ମନ ଫୁଲବନେ ପ୍ରଜାପତି ଧରିବାକୁ ବ୍ୟାକୁଳତା

ପ୍ରେମର ପ୍ରୀତିଭରା ରଜନୀରେ ତୁମେ ସୌନ୍ଦର୍ଯ୍ୟର ପୂର୍ଣ୍ଣତା,

ମୁଁ ବିଭୋର ହୁଏ, କରେ ଅନୁଭବ ତୁମ ନିଷ୍କପଟ ସରଳତା। । ୧ ।


ଅମାବାସ୍ଯା ଉତ୍ସବରେ ଲୁଚି ଯାଇଥିବା ଆକାଶର ସିନ୍ଦୁର

ତୁମେ ଏକ ନୁଆପର୍ବେ ଝିଅ ଘରକୁ ଯିବା ଖୁସିର ସମ୍ଭାର,

ଚପଳାମିଭରା ପିଲାଳିଆ ତୁମ ମୁକ୍ତହସ ମନମୁଗ୍ଧକର

ତୁମେ ତାରାମେଳେ ଉଦ୍ଭାସିତ ଶୀତଳତାଭରା ବିହାର,

ମୁଁ ଆନନ୍ଦିତ ଆତ୍ମାଟିଏ, ଶୂନ୍ଯତାର କୋଳାହଳ ଜୀବନର। । ୨।



Rate this content
Log in