ସମ୍ପର୍କ ଥାଉ
ସମ୍ପର୍କ ଥାଉ
ଥାଉ ଏ ସମ୍ପର୍କ, ତୁମର ଆମର,
ଧରାଟି ଦିଶିବ, ସରସ ସୁନ୍ଦର ।
ମହୁମାଛି ପରି, ଧାଇଁ ଯିବା ସେଠି,
ଲାଗିବ ଯେଉଠି, କବିତା ଆସର ।
ବାପା କହିଥିଲେ, ମନେ ଅଛି ମୋର,
ଓଡ଼ିଆ ଭାଷାଟି, ଆମର ନିଜର ।
ଚେଷ୍ଟା କରୁଛି ମୁଁ, କିଛି ଦେଇ ଯିବି,
ପାଇଛି ଯେତେ ମୁଁ, ତୁମଠୁ ଆଦର ।
ଏକତାରେ କେବେ, ଅନିଷ୍ଟ ହୁଏନି,
ବୁଝାଇଲେ ଆମେ, ବୁଝିବ ସଂସାର ।