Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Pranati Jena

Inspirational Others


4  

Pranati Jena

Inspirational Others


ସମ୍ପର୍କ ସୁଧା

ସମ୍ପର୍କ ସୁଧା

1 min 247 1 min 247

ଭଙ୍ଗା ଗଢା ସିନା ସଂସାର ଦର୍ପଣ

ହୃଦୟ ଭାଙ୍ଗିଲେ ଗଢିକି ହୁଏ

ମେଘର ଶ୍ୟାମଳ ସ୍ନେହ ଆଲିଙ୍ଗନ

ବୈଶାଖେ ମଳୟ ବରଷି ଯାଏ ।


ଛଳନା ର ଯୁଇ ଭେଜାଲ ହୃଦୟେ

ଯାତନା ପଥକୁ ନିଏ କଢାଇ

ବୟସ ରୁ ଆୟୁ ମୁହୂର୍ତ୍ତେ କଟିଲେ

ଭାଗଶେଷ ଯାହା କମୁଣ ଥାଇ ।


ଶତ ବରଷା ରେ ସେ ନିଆଁ ଲିଭେନା

ଶ୍ରୀ ବି ହରିଯାଏ ଅଙ୍ଗରୁ ଧିରେ

ସମ୍ପର୍କ ସୁଧା ସେ ଅମୃତ ର ବିଭା

ମହାର୍ଘ୍ୟ ମମତା ମମତ୍ୱ ତୀରେ ।


କହିବ କି ଥରେ ଭାଙ୍ଗିଗଲା ପରେ

ପାଇବ କି କେବେ ଆପଣା ପରି

ସରାଗ ପଣକୁ ଆଡେଇବା ପରେ

ଭାବୁଥିଲେ ସେ ତ ଆସେନା ଫେରି ।


ସମ୍ପର୍କ ନୁହଇ ଦି ଦିନର ଖେଳ

ବାଲିରେ ସାରିବା ସମୟ ପରେ

ଆପଣାର ଯିଏ ଖୋଜେ ନାହିଁ ବେଳ

ପ୍ରତି ପଲକରେ ସ୍ନେହେ ସଧିରେ ।


ମିଛ ଦିଆନିଆ ସଂସାର ତୀରରେ

ପଥଚାରୀ ହଜେ ମାୟା ଭ୍ରମରେ

ସବୁ ଏଠି ସତ୍ୟ ଜଗନ୍ନାଥ ହୃଦେ

ଯା, ଯିଏ କରିବ କର୍ମ ଫଳରେ ।



Rate this content
Log in

More oriya poem from Pranati Jena

Similar oriya poem from Inspirational