Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

4.2  

Pranati Jena

Inspirational Others

ସମ୍ପଦ କାଳେ ସର୍ବେସଖା

ସମ୍ପଦ କାଳେ ସର୍ବେସଖା

1 min
175



ଜୀବନେ ସମର୍ପଣ ଯୋଗ l ବିଭୁଙ୍କ କୃପାର ସଂଯୋଗ ll

ତରିଣ ଯାନ୍ତି ମୂଢ଼ ଜନ l ତୁଣ୍ଡରେ ହରି ନାମ ଧ୍ୟାନ ll

ବିଶ୍ୱାସେ, ନିଶ୍ୱାସ ପ୍ରଖର l ଅସମ୍ଭବ କି ହୃଦେ ତାର ll

ନାମ ହିଁ ଜୀବନ ର ଭେଳା l ଉଦ୍ଧାର ପ୍ରଭୁ ଚକା ଡୋଳା ll

ଅରକ୍ଷ, ରକ୍ଷଣ ସେ ବାନା l ବିପଦେ ନ ଥାଏ ଯାତନା ll

ପାର୍ଥିବ ସମ୍ପଦ ମୋହରେ l ଭ୍ରମେ, ଭ୍ରମିତ ନ ସଂସାରେ ll

ସମ୍ପଦ ହରି ନାମ ସାର l ତୁଟଇ ମାୟା ହୃଦୟର ll

ଧନ, ସମ୍ପତ୍ତି ବଳେ ମିତ l ବିପଦେ ହରି ଏକା ସତ ll

ସ୍ୱାର୍ଥର ମିତ ସ୍ୱାର୍ଥ ପାଇଁ l ସ୍ୱାର୍ଥ ସରିଲେ ବାହୁଡ଼ଇ ll

ଜୀବନେ ଏହା ସତ୍ୟବାଣୀ l ହୃଦୟ ଅନୁଭବେ ଜାଣି ll

ସମ୍ପଦ ଥିଲେ ପାଖେ ବସି l ଆପଣାର ସେ କହେ ଆସି ll

ଅମୁଲ୍ୟ ମଧୁର ବଚନ l ହୃଦୟ ଜିଣା କଥା ମାନ ll

ସ୍ନେହ, ଶ୍ରଦ୍ଧାର ଅମୃତରେ l ଭିଜାଇ ତନୁ ମମତାରେ ll

ବିପଦେ ପଡିଗଲ ଯେବେ l ଦୂର ହୁଅନ୍ତି ପାଶୁ ତେବେ ll

ମମତା ଯାଏ ଫିକା ହୋଇ l ସ୍ୱାର୍ଥ ଭାବନା ଥାଏ ରହି ll

ବନ୍ଧନେ ସ୍ୱାର୍ଥ ଯହିଁ ଡୋର l ନାମକୁ ମାତ୍ର ବନ୍ଧୁବର ll

ନିର୍ମଳ ପରାଣେ ଯାତନା l ଦୁଃସହ କରୁଣ ବେଦନା ll

ବିପଦ ଯନ୍ତ୍ରଣାଠୁ ଏହା l ଅଧିକ ବ୍ୟଥା ହୃଦେ ତାହା ll

ଶରଣ, ରକ୍ଷଣ ଶ୍ରୀହରି l ଶରଣ ଦିଅ ନରହରି ll

ସମ୍ପଦ ପ୍ରଭୁ ତୁମେ ମୋର l ଅନାଥ,ନାଥ ଚକ୍ରଧର ll

ଶରଣ ଗଲି ଶ୍ରୀ ପୟରେ l ମୋ ବନ୍ଧୁ ତୁମେ ଶ୍ରୀକ୍ଷେତ୍ରରେ ll

ଧନ, ସଙ୍ଖାଳି ନାରାୟଣ l ଅନାଦି ପରମ କାରଣ ll

କୃଷ୍ଣ, ସୁଦାମା ଭାବ ଦେଇ l ପାରିବ ଯେବେ ସଖା ହୋଇ ll

ସଖାଶବ୍ଦ ର ମାନ ରଖି l କୁସ୍ଚିତ ଚିନ୍ତା କୁ ଉପେକ୍ଷି ll

ରହିବା ଯେତେ ଦିନ ମହୀ l ହୋଇବା ନାହିଁ ବନ୍ଧୁଦ୍ରୋହୀ ll

ବିପଦ ସମ୍ପଦ ର ସାଥି l ଶ୍ରୀପଦେ ଥାଉ ମୋର ମତି ll

   


Rate this content
Log in

Similar oriya poem from Inspirational