STORYMIRROR

Panchanan Jena

Tragedy

4  

Panchanan Jena

Tragedy

ସମଦୋଷେ ଆତତାୟୀ

ସମଦୋଷେ ଆତତାୟୀ

2 mins
6

କବିତା - ସମଦୋଷେ ଆତତାୟୀ
ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୯-୨୦୨୫
 +++++++++++++++++++
ଆଜିକାଲିକା ପିଲାମାନେ
 ଲାଗନ୍ତି କର୍ମକୋଢିଆ
 କର୍ମକୁଣ୍ଠ ପଡିଆ ବାଲିଚର ଆଡିଆ

 ପୁଅ ହେଉ କି ଝିଅ
ସବୁ ଘରେ ଲୁଚିଥିବେ ଅମଣିଆ କୁଣିଆ
 ସବୁ ଅକାର୍ଜି ଅଧୁଆ ମୂଳା ଅଣଗୁରିଆ

 କାହିଁକି କେଜାଣି ହେଉଛନ୍ତି ଅବାଗିଆ
କିପାଇଁ ବ୍ରଏଲର କୁକୁଡ଼ା ପରିକା
 ପୃଥୁଳକାୟ ଶରୀର ଥନ୍ତଲାପେଟିଆ
 ମୁଣ୍ଡରେ ଚାରଣା ବି ବୁଦ୍ଧି କୌଶଳ ନାହିଁ
ପୂରା ପୁରି ସୁସ୍ଥିଆ

 ନିଦା ମାଙ୍କଡ଼ା ପଥର ପରିକା
 ବାହାରକୁ ଟାଣ ଟାଉଁ ଟାଉଁ
 ଭିତରେ ଡରୁଆ ହରବରିଆ ବିରକ୍ତିଆ

 ଏମିତି କିଛି ପ୍ରଶ୍ନ କହୁ କହୁ କହିଦେଲେ
ସାଙ୍ଗ ମେଳରେ
ହାଟରେ ବ୍ରହ୍ମଜ୍ଞାନ ପରି ଜଣେ ଜ୍ଞାନୀ ଗୁଣି
 ପାକୁଳି କରିଲେ ଖୁସିରେ

 ବାପା - ମା' ଅର୍ଥାତ୍ ଆମେ ସବୁ ଦାୟୀ
ସମସ୍ତେ କହିବେ ମାନିବେ
ମାତ୍ର ମୋ ଯୁକ୍ତି କହୁଛି
 ଆମ ସରକାର ବି ସମଦୋଷେ ଆତତାୟୀ

 ସୁଜନେ ସାଧୁଜନେ ଧ୍ୟାନ ଦେବେ
ପିଲାମାନେ ଜନ୍ମ ହେଲେ ମମତା ଯୋଜନାରେ
ମଧ୍ୟାହ୍ନ ଭୋଜନ ମାଗଣାରେ ଖାଇଲେ ବିଦ୍ୟାଳୟରେ
ଯୌବନ ଆସୁ ଆସୁ ମୁଣ୍ଡପିଛା ପାଞ୍ଚ କେଜି ଚାଉଳ ମାସକୁ
 ଗିଳିଲେ ବିକିଲେ ଆୟସରେ
ମଧୁବାବୁ ପେନସନ୍
ବୁଢ଼ା ଦେଉ ଦେଉ ପୂରେଇଲେ ଛାତି ପକେଟରେ
ଶବ ଦାହ ପାଇଁ ବି ସର୍ବାଙ୍ଗ ସୁନ୍ଦର ବ୍ୟବସ୍ଥା ଖଞ୍ଜା
ହରିଶ୍ଚନ୍ଦ୍ର ଯୋଜନା ଅଛି
ପାଉଁଶ ହେବା ଆଗରୁ ଶ୍ମଶାନରେ

 କୁହନ୍ତୁ ଆପଣ ମାନେ
କାହିଁକି ପୁଅ ଧରିବ ଲଙ୍ଗଳ ?
ଖରା ତରାରେ କାଦୁଅ ସହିତ ଘାଣ୍ଟିବ ସରେଇବ ବଳ
 କାହିଁକି ଜାଣି ଶୁଣି ବୁହେଇବ ଝାଳ?

କୁହନ୍ତୁ ଆପଣ ମାନେ ସଭ୍ୟ ଶିକ୍ଷିତ ସମାଜ
ପିତାମାତା ଜନ୍ମ ଦେଲେ ସିନା
ସରକାର ସବୁ ମାଗଣାରେ ବାଣ୍ଟି ବାଣ୍ଟି
ଠକ କରିଦେଲା ଯୁବକ ବର୍ଗକୁ
 ଅଳସୁଆ ଗୋଠ ଖଣ୍ଡିଆ କରିଲା ଆଗାମୀ ଭବିଷ୍ୟତକୁ

 ସେମାନେ କ'ଣ ହେବେ ?
ସୁସ୍ଥ ସବଳ ନା ଅଣ୍ଟାତଳୁ ଦୁର୍ବଳ
ଦୃଷ୍ଟ ପୃଷ୍ଠ ଷଣ୍ଢମାର୍କା ନା ନହନହକା ଦେହ ପତର ବଙ୍କା
ହାଡ଼ ଗଣି ହେଉଥିବା ସେନ୍ତରା ଝାଟିଆ ଟୋକା ସବଳ

ଇଚ୍ଛା ପ୍ରବଳ ଅନିଛା ହଳାହଳ
 କଥା କଥାକେ ମେଘ ଆରପାରି ପବନ ଉତ୍ତାଳ
ସପନ ବଣିକ ସବୁ ରାତ୍ରିଚର ଦଳ
ମୋବାଇଲ କେଞ୍ଚି କେଞ୍ଚି ରୋଗ ମାଳମାଳ


Rate this content
Log in

Similar oriya poem from Tragedy