Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy Others

3  

Jayashree Maharana

Tragedy Others

ସମାଜ ଖୋଜୁଛି ଜନ୍ମ ରହସ୍ୟ

ସମାଜ ଖୋଜୁଛି ଜନ୍ମ ରହସ୍ୟ

1 min
215


ଦୁନିଆ ଆଲୋକ ଦେଖୁ ଦେଖୁ ସିଏ ଘୋଟି ତ ଆସିଲା ଘନ ଅନ୍ଧାର

ମଣିଷ ପଣିଆ ହଜିଗଲା କାହିଁ ଅଲୋଡା ସାଜିଲା ଜୀବନ ତା'ର

ହୋଇଲେ ନିଷ୍ଠୁର ଜନନୀ ପିଅର ପାପ ସମ୍ପର୍କକୁ କରିଲେ ଦୂର

କିବା ଦୋଷ ଥିଲା ନବ କଳିକାର କି ଲେଖିଛି ଭାଗ୍ୟ କପାଳେ ଗାର ।


ନିରୀହ ନିଷ୍ପାପ ପାଇପାରେ ନାହିଁ ମାଆ କୋଳ ମଧ୍ୟେ ଉଷ୍ମ ପରଶ

ଦୂଷିତ ଦୁର୍ଗନ୍ଧ ପୂର୍ଣ୍ଣ ପରିବେଶ ସାଜିଲା ଠିକଣା କରେ ସଙ୍ଘର୍ଷ

ଶୁଭୁଛି କର୍ଣ୍ଣରେ ମୃତ୍ୟୁ ଭୀମରଡି ଧର୍ମ କାନ୍ଦୁଅଛି ଅନ୍ୟାୟ ଦେଖି

ଅଧର୍ମ ହସୁଛି ପ୍ରଭାବ ବିସ୍ତାରି ଈଶ୍ୱରଙ୍କ କୃପା ରହିଲା ବାକି ।


ଅଭିଶପ୍ତ ପ୍ରାଣ ଜାଣେନା କାରଣ ବୁଝେନା ବିଚିତ୍ର ସମାଜ ନୀତି

ଅଧିକାର ପାଇଁ କରିନାହିଁ ଆଶା ଚାହିଁନାହିଁ ବାଟ କେ ଦେବ ମୁକ୍ତି

ମାଆ ବୁକୁ ଝରା ଅମୃତ ପାଏନା ଶକ୍ତିହୀନ ଦେହ ସାଜେ ଅବଶ

କାହାହାତେ ହେବ ତାହାର ଉଦ୍ଧାର କିଏ ଲେଖିଦେବ ସୁଖ ଭବିଷ୍ୟ ?


ନିର୍ଦ୍ଦୟ ମଣିଷ ନିର୍ବିଚାର ପାଇଁ ନବଜାତ ସହେ ଜୀବନେ କ୍ଳେଶ

କାହା ଦୋଷ ପାଇଁ କିଏ ଦଣ୍ଡ ଭୋଗେ ସମାଜ ଖୋଜୁଛି ଜନ୍ମ ରହସ୍ୟ ?


#SMBoss


Rate this content
Log in

Similar oriya poem from Tragedy