ସଳିତା
ସଳିତା
ଦୀପ ଜଳୁଥିଲା
ପବନ ବହିଲା
ଦୀପ ଶିଖା ଟଳମଳ,
ମନ ପବନସେ
ଅମାନିଆଁ ପାସେ
ନରନାରୀ କଲବଲ।
ପାଠପଢୁପଢୁ
କୁମ୍ଭ ଗଢୁଗଢୁ
ମରୀଚିକା ଧାଇଁଧାଇଁ,
ଜଳ ଦିଶୁଥାଇ
ଟୋପେନାହିଁକାହିଁ
ହୋଇଗଲୁ ହାଇଁପାଇଁ।
ଆଲୋକର ଗତି
ଉପରକୁ ଅତି
ହଟିଯାଏ କିଟିମିଟି,
ତୋଫା ବାଟଘାଟ
ଫିଟିଯାଏବାଟ
ଯାଏ ଭୂତ ଛାଟିପିଟି।
ଉଚ୍ଚନୀଚ ଭାବ
କରି ଅନୁତାପ
ସମାନତା ଗତିବିଧି,
ନିଜକୁ ଗଢିବା
ଆଗକୁ ମାଡିବା
ଦୀପଶିଖା ପ୍ରାଣନିଧି ।