STORYMIRROR

Ambika Swain

Inspirational

3  

Ambika Swain

Inspirational

ସଲାମ ବୀର ସୈନିକ

ସଲାମ ବୀର ସୈନିକ

1 min
13.2K


ଦୂର ରାଇଜର କଣ୍ଟକିତ ରାସ୍ତାର

ପଥିକ ଟି ନୁହେଁ ପଥ ହରା

କର୍ତ୍ତବ୍ୟର ଦ୍ଵାହିରେ ବିଶ୍ଵାସ ଭରସାରେ

ଖୋଜୁଛି ସେ କୁଳ କିନାରା ।।

ଉଦର ଜ୍ଵଳନ ତୃଷାର୍ତ୍ତ ମନରେ

ତାର ବିଶ୍ଵାସର ସଂଘର୍ଷ

ପାଉନାହିଁ ଖାଦ୍ୟ ପାଉନାହିଁ ପାଣି

କିନ୍ତୁ ଚାକିଛି ତାର ନିଶ୍ଵାସ ।।

ହାରିବାର ନାହିଁ ବୀର ସନ୍ତାନ ସେ

ଆଗକୁ ଚାଲିଛି ପଥ

ଶରୀର ସହିତ କରୁଛି ଲଢେଇ

ହେଉ ନାହିଁ ସିଏ କ୍ଲାନ୍ତ ।।

ଶତ୍ରୁ ହାତରୁ ବଞ୍ଚିବାର ଅଛି

ଆଗକୁ କରିବ ଯୁଦ୍ଧ

ବିନ୍ଦୁଏ ରକ୍ତରେ ଲଢେଇ କରିବ

ଶତ୍ରୁ କୁ କରିବା ବଧ ।।

ଭୁଲି ଯାଇଛି ସେ ତାର ଆତ୍ମ ସୁଖ

ତା ପରିବାର (ତାକୁ) କତିନି ଵଶ

ମନରେ କେବଳ ଗୋଟିଏ ଚିନ୍ତା

ସୁରକ୍ଷା ଦେବ ତାହାରି ଦେଶ ।।

ଏହି ସଂକଳ୍ପରେ ଗୋପନ ଜୀବନ

ଅତି ସନ୍ତର୍ପଣରେ କାଟୁଛି

ଦେଶ ମାତୃକାର ଜୟଗାନ କରି

ଦେଶର ସୁରକ୍ଷା ରଚୁଛି ।।

ଗୋଳ। ବାରୁଦ ଓ କମାଣ ଶବ୍ଦରେ

ସଙ୍ଘର୍ଷମୟ ତାର ଜୀବନ

ଦେଶର ସୁରକ୍ଷା କରିବା ପାଇଁ

ଜାଗରିତ ଥାଏ ରାତିଦିନ ।।

ଡର ନାହିଁ ତାର

ଜୀବନ ଦେବାକୁ

ସଂକଳ୍ପିତ ହୃଦୟର ସ୍ୱର

ନିଜ ପ୍ରାଣକୁ ସେ ବଳି ପକାଇ

ରକ୍ଷା କରିବ ଦେଶ ମାଆ ର ।।

ଧନ୍ୟ ତୁମେ ବୀର ଦେଶ ପାଇଁ ଲଢ

ଜୀବନକୁ ଦିଅ ବଳି ଦାନ

କୋଟି ସନ୍ତାନଙ୍କୁ ସୁରକ୍ଷା ଦେଇ

ହୋଇ ଯ।ଅ ତୁମେ ମହାନ ।।

ଶତ୍ରୁ ହାତରୁ ମରଣକୁ ବରି

କୀର୍ତ୍ତି ରଖି ଯାଅ ଅମର

ଜୀବନକୁ ତୁମ ଉତ୍ସର୍ଗ କରି

ଇତିହାସ ରଚ ଦେଶର ।।

ପିତା ମାତାଙ୍କର ସୁଯୋଗ୍ୟ ସନ୍ତାନ

ଦେଶ ତୁମ ପାଇଁ ଝୁରେ

ତୁମ ବଳିଦାନେ କୋଟି ଜନତାଙ୍କ

ଆଖିରୁ ଲୋତକ ଝରେ ।।

ତୁମ କର୍ମ ଭୂମି ଜନ ପୂଣ୍ୟଭୂମି

ଶ୍ରେଷ୍ଠ ତୁମର ବୀରତ୍ୱ ପଣ

ମଥାନତ କରି ତୁମ ଚରଣରେ

କରୁଅଛି କୋଟି ପ୍ରଣାମ ।।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ

ତୁମେ ଭାରତ ମା'ର ସନ୍ତାନ

ତୁମର ସୁରକ୍ଷା ଦେଶର ଧର୍ମ

ତୁମକୁ ମିଳୁ ଯଥା ସନମାନ ।।

ଧନ୍ୟ ତୁମେ ବୀର ଧନ୍ୟ ତୁମର ଦେଶ ପ୍ରେମ

ମରି ସୁଦ୍ଧା ହୁଅ ଅମର ରଖି ଯାଅ ଯଶଗାନ ।।

ଜୟ ବୀର ଯବାନ

ତୁମକୁ କୋଟି ସଲାମ ।।

ଅମ୍ବିକା ସ୍ବାଇଁ, ଭୁବନେଶ୍ୱର ୯୭୭୭୫୯୯୬୯୫


Rate this content
Log in

Similar oriya poem from Inspirational