ସ୍କୁଲ ସାର
ସ୍କୁଲ ସାର


ବିଦ୍ୟାଳୟ ଅଟେ ଶିକ୍ଷାର ମନ୍ଦିର
ଯାଏ ମୁହିଁ ପାଠ ପଢି,
ଆମ ସ୍କୁଲ ସାରେ ପଢ଼ାନ୍ତି ଆମକୁ
ଶୁଣୁଥାଏ କାନ ଡେରି।।
ତାଙ୍କ ପରିଶ୍ରମ ବଳରେ ଜ୍ଞାନର
ପାରାବାରେ ସନ୍ତରଣ,
ଜାଣିଥାଉ କେତେ ନୂଆ ନୂଆ କଥା
ପଢ଼ାରେ ଦେଇଣ ମନ।।
ସାରେ ଅଟନ୍ତି ସାକ୍ଷାତ୍ ଈଶ୍ୱର
ଦେଖାନ୍ତି ଜ୍ଞାନର ପଥ,
ସେହି ରାସ୍ତାପଥେ ଚାଲି ଚାଲି ଯାଇ
ପାଇଛି ଶିକ୍ଷାର ତତ୍ତ୍ୱ ।।
ଶ୍ରେଣୀରେ ଅନେକ କାହାଣୀ କୁହନ୍ତି
ମନରେ ଉତ୍ସାହ ଭରି,
କୁହନ୍ତି ଜୀବନ ଅଙ୍କା ବଙ୍କା ରାସ୍ତା
ଯିବ ନାହିଁ କେବେ ହାରି।।
ଆମ ସାରଙ୍କ ସ୍ନେହ ଶରଧାକୁ
ମନେ ରଖିଛି ସାଇତି
ଆଶିଷେ ତାଙ୍କରି ପେଟ ପୋଷେ ମୁହିଁ
କରମରେ ଦେଇ ମତି ।।