Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ସ୍କନ୍ଦ ପୁରାଣ ରେକଳା ଗୋବିନ୍ଦ

ସ୍କନ୍ଦ ପୁରାଣ ରେକଳା ଗୋବିନ୍ଦ

5 mins
143



ଚାରି ବେଦ ଅଷ୍ଟାଦଶ ମହା ପୁରାଣ

ପୁରାଣ ମଧ୍ୟରେ ସାର ସ୍କନ୍ଦ ପୁରାଣ ।

ସ୍କନ୍ଦ ପୁରାଣେ ବର୍ଣ୍ଣନା ଅଛି ବିସ୍ତୃତ

ଶ୍ରୀପୁରୁଷୋତ୍ତମ ଧାମ ବ୍ରହ୍ମାଣ୍ଡେ କ୍ଷାତ।

ଲିଳା କରୁଛନ୍ତି ଯହିଁ କଳା ଗୋବିନ୍ଦ

ଚକାଡୋଳା ଚକା ଆଖି ସେ କଳା ଚାନ୍ଦ ।

ବୈଦିକ ଯୁଗର ଅନ୍ତେ ପୁରାଣ ଯୁଗ

ସଂସ୍କୃତରେ ଲେଖା ହେଲା ପୁରାଣ କାବ୍ୟ।

ବ୍ୟାସ ଦେବ ଆଦି କେତେ ଋଷି ମହର୍ଷି

ରଚିଲେ ପୁରାଣ ଶାସ୍ତ୍ର ଧ୍ୟାନରେ ବସି ।

ଲେଖିଗଲେ ଅଷ୍ଟାଦଶ ମହାପୁରାଣ

ଦେବାଦେବୀଙ୍କର ଲିଳା ଯହିଁ ବର୍ଣ୍ଣନ।

ବେଦ ପରେ ଅଠରଟି ଶାସ୍ତ୍ର ମହାନ

ବ୍ରହ୍ମ ଶିବ ବିଷ୍ଣୁ ଅଗ୍ନି ଲିଙ୍ଗ ବାମନ‌।

ବ୍ରହ୍ମ ବୈବର୍ତ୍ତ ବରାହ କୁର୍ମ ଗରୁଡ

ମାର୍କଣ୍ଡେୟ ମତ୍ସ୍ୟ ସ୍କନ୍ଦ ପଦ୍ମ ବ୍ରହ୍ମାଣ୍ଡ ।

ଭାଗବତ ଭବିଷ୍ୟ ନାରଦ ପୁରାଣ

ସନାତନ ଧର୍ମ ର ଏ ଅମୂଲ୍ୟ ରତ୍ନ।

ପୁରାଣରୁ ହୁଏ ଆଲୋକ ବିଛୁରଣ

ଜ୍ଞାନ ଧ୍ୟାନ ଧର୍ମ କର୍ମ ପୂଜା ପାର୍ବଣ ।


ସୃଷ୍ଟି ର ସଂରଚନା ବ୍ରହ୍ମାଣ୍ଡ ବିଜ୍ଞାନ

କ୍ରିୟା ଯୋଗ ଆତ୍ମା ତତ୍ତ୍ଵ ବିଚାର ଜ୍ଞାନ ।

ସତ୍ୟ ଶାନ୍ତି ଧର୍ମ କର୍ମ ସତ୍ ଚିନ୍ତନ

ପୂର୍ଣ୍ଣ ବ୍ରହ୍ମ ପରମବ୍ରହ୍ମ ବ୍ରହ୍ମ ଦର୍ଶନ ।

ସବୁର ମୂଳ ଆମ ଏ ଶାସ୍ତ୍ର ପୁରାଣ

ପୁରାଣ ଯୋଗୁ ଆମର ଜୀବନ ଧନ୍ଯ।

ସବୁ ପୁରାଣରେ ପ୍ରଭୁ ପୁରୁଷୋତ୍ତମ

ଶ୍ରୀଜଗନ୍ନାଥ ଙ୍କ ତତ୍ତ୍ଵ ସେତ ଉତ୍ତମ।

ସ୍କନ୍ଦ ପୁରାଣ ର ଦିବ୍ୟ ଉତ୍କଳ ଖଣ୍ଡ

ବଖାଣେ ପ୍ରଭୁ ଙ୍କୁ ଘୋଷେ ସାରା ବ୍ରହ୍ମାଣ୍ଡ।

ଅଠର ଖଣ୍ଡ ପୁରାଣେ ସ୍କନ୍ଦ ପୁରାଣ

ସବୁଠାରୁ ବୃହତ୍ତମ ଅଟେ ଅନନ୍ଯ।

ଅଠାଅଶି ହଜାରରୁ ଅଧିକ ଶ୍ଳୋକ

ମହର୍ଷି ବ୍ୟାସଙ୍କର ଲେଖନୀ ନିସୃତ।

କୁମାର କାର୍ତ୍ତିକ ଶିବ ପାର୍ବତୀ ସୂତ

ସ୍କନ୍ଧ ଭାବେ କୁମାର ଯେ ଅଟନ୍ତି କ୍ଷାତ ।

କାର୍ତ୍ତିକ ଙ୍କ କଥା ଯେଣୁ ତହିଁ ବର୍ଣ୍ଣନ

ନାମ ହୋଇଅଛି ତେଣୁ ସ୍କନ୍ଧ ପୁରାଣ।

ସାତ ଖଣ୍ଡ ରେ ତାହା ହୋଇଛି ବିଭକ୍ତ

ମହେଶ୍ବର ବୈଷ୍ଣବ ବ୍ରହ୍ମ ସହିତ।


କାଶି ଅବନ୍ତି ନଗର ଆଉ ପ୍ରଭାସ

ତୀର୍ଥ ମାନଙ୍କ ମହିମା ତହିଁ ପ୍ରକାଶ ।

ଶିବ ଉପାସନା ଶିବ ମହିମା ଗାଥା

ମହେଶ୍ବର ଖଣ୍ଡର ସେତ ସାର କଥା ।

ଦକ୍ଷ ଯଜ୍ଞେ ସତୀଙ୍କର ପ୍ରାଣ ଉତ୍ସର୍ଗ

ଶିବ ଶମ୍ଭୂଙ୍କର କ୍ରୋଧ ଶିବ ତାଣ୍ଡବ।

ଶୂମ୍ଭ ନିଶୂମ୍ଭ ମହିଷାସୁର ମର୍ଦ୍ଦନ

ତାଡକା ବଧ ପ୍ରଳମ୍ବାସୁର ନିଧନ ।

ଦେବ ଦାନବଙ୍କର ସମୁଦ୍ର ମନ୍ଥନ

ମହେଶ୍ବର ଖଣ୍ଡ ରେ ଏ କଥା ବର୍ଣ୍ଣନ ।

ବ୍ରହ୍ମ ଖଣ୍ଡେ ରାମେଶ୍ବର କ୍ଷେତ୍ର ର କଥା

ସେତୁବନ୍ଧ ରାମେଶ୍ବର ଲିଙ୍ଗ ପ୍ରତିଷ୍ଠା।

କାଶି ଖଣ୍ଡ କାଶିଧାମ ମହିମା ଗାଏ

ଅବନ୍ତି ଖଣ୍ଡ ନର୍ମଦା ମାହାତ୍ମ୍ୟ କହେ ।

ନଗର ଖଣ୍ଡରେ ତ୍ରିଶଙ୍କୁ ଙ୍କ କାହାଣୀ

ତ୍ରେତୟା ର ସୂର୍ଯ୍ୟ ବଂଶ କଥା ବଖାଣୀ।

ପ୍ରଭାସ ଖଣ୍ଡେ ପ୍ରଭାସ ତୀର୍ଥ ର କଥା

ଅହଙ୍କାର ନୁହେଁ ବଡ ସ୍ନେହ ମମତା ।

ସ୍କନ୍ଦ ପୁରାଣ ର ଦିବ୍ୟ ବୈଷ୍ଣବ ଖଣ୍ଡ

ବର୍ଣ୍ଣିତ ଯହିଁରେ ସାରା ବିଶ୍ବ ବ୍ରହ୍ମାଣ୍ଡ।


କାର୍ତ୍ତିକ ମାର୍ଗଶିର ବଇଶାଖ ମାସ

ଧର୍ମ ମାସ ମାନଙ୍କ ର କଥା ଅଶେଷ।

ଅଯୋଧ୍ୟା ଭେଙ୍କଟାଚଳ ବଦ୍ରିକା ଧାମ

ଭାଗବତ ବାସୁଦେବ ପୁରୁଷୋତ୍ତମ।

ଧାମ ମାନଙ୍କ ମହିମା ପ୍ରତି ଶ୍ଳୋକରେ

ବ୍ରହ୍ମ ଙ୍କ ରହସ୍ୟ ଭରା ସାରତତ୍ତ୍ବରେ ।

ବୈଷ୍ଣବ ଖଣ୍ଡର ଅଛି ଉତ୍କଳ ଖଣ୍ଡ

ବଖାଣେ ପ୍ରଭୁଙ୍କୁ ସ୍ମରେ ସାରା ବ୍ରହ୍ମାଣ୍ଡ।

ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡ ଅନନ୍ୟ 

ପୁରୁଷୋତ୍ତମ କ୍ଷେତ୍ର ମହିମା ବର୍ଣ୍ଣନ।

ତିନି ଶହସ୍ର ଶ୍ଳୋକ ତହିରେ ରହିଛି 

ସତାବନଟି ଅଧ୍ୟାୟେ ବିଭକ୍ତ ହୋଇଛି।

ଉତ୍କଳ ଖଣ୍ଡରେ ପ୍ରଭୁ କଳା ଗୋବିନ୍ଦ 

ପ୍ରଭୁଙ୍କ ମହିମା ଗାଏ ପ୍ରତି ଟି ପଦ ।

ଉତ୍କଳ ଖଣ୍ଡ ପ୍ରଥମ ଅଧ୍ୟାୟ ସେତ

ପୁରୁଷୋତ୍ତମ ମାହାତ୍ମ୍ୟ ଯହିଁ ବର୍ଣ୍ଣିତ ।

ପ୍ରଭୁଙ୍କର‌ ଆବିର୍ଭାବ ପର୍ବ ପର୍ବାଣୀ

ଉତ୍କଳ ଖଣ୍ଡ ଯାଏ ସବୁ ବଖାଣି।

ସେଲାଗି ସ୍କନ୍ଦ ପୁରାଣ ଗ୍ରନ୍ଥ ମହାନ

ଶ୍ରୀଜଗନ୍ନାଥ ଧର୍ମର ଦିବ୍ୟ ପୁରାଣ ।


ବିଷ୍ଣୁଙ୍କର ଶୂନ୍ୟ ଲିଳା ଶୂନ୍ୟ ସ୍ବରୂପ

ନୀଳମାଧବ ନୀଳ ଦୁର୍ବାଦଳ ରୂପ।

ପ୍ରଳୟ ପ୍ରୟୋଧି ଜଳେ ଅମୃତ ସୃଷ୍ଟି 

ଦାରୁବ୍ରହ୍ମ ଦାରୁଦିଅଁ ଚତୁର୍ଦ୍ଧା ମୂର୍ତ୍ତୀ ।

ନୃସିଂହ ଉପାସନା ବ୍ରହ୍ମା ଙ୍କ ଅର୍ଚ୍ଚନା

ମାର୍କଣ୍ଡେୟ ଋଷି ପ୍ରଭୁ ପାଦ ବନ୍ଦନା।

ଜୈମିନୀ ମହର୍ଷି ନୈମିଷ ଅରଣ୍ଯରେ

ବର୍ଣ୍ଣନା କରିଥିଲେ ଋଷିଙ୍କ ଆଗରେ ।

କଳ୍ପ ରୁ କଳ୍ପାନ୍ତର ଘଟଣା କାହାଣୀ

ପୁତ ପବିତ୍ର ଶ୍ରୀକ୍ଷେତ୍ର ମହିମା ବାଣୀ ।

ଅସୀମ ଅନନ୍ତ ସେତ ଆଦି ଅନାଦି

ଶୂନ୍ୟତାରୁ ପୂର୍ଣ୍ଣତା ର ସୀମା ପରିଧି।

ଦେବ ଦେବ ଜଗନ୍ନାଥ କଳା ଗୋବିନ୍ଦ

ପରମେଶ୍ବର ଈଶ୍ୱର ପରମାନନ୍ଦ।

ସହଜ ଆନନ୍ଦମୟ ସଦା ନର୍ମଳ

ଢଳଢଳ ରୂପ କାନ୍ତି ସଦା ଉଜ୍ବଳ।

ସାରା ଜଗତେ ଉଡଇ ପ୍ରଭୁଙ୍କ ଧ୍ବଜା

ସବୁରି ହୃଦୟେ ପ୍ରଭୁ ପାଆନ୍ତି ପୂଜା ।

ନୀଳ ସାଗର କୂଳରେ ନୀଳ କନ୍ଦର

ପବିତ୍ର ଶ୍ରୀକ୍ଷେତ୍ର ଧାମ କେଡେ ସୁନ୍ଦର।


ଯୁଗ ଆରମ୍ଭ ରୁ ପ୍ରଭୁ କରନ୍ତି ଲିଳା

ଉଣାକରି ଦୀନ ଦୁଃଖୀ ସଂସାର ଜ୍ବଳା।

ତାଙ୍କରି ମହିମା ତାଙ୍କ ଯଶ କିର୍ତ୍ତନ

କରିଛନ୍ତି କେତେ ପୋଥି କେତେ ପୁରାଣ।

ସବୁଠୁ ପ୍ରାଚୀନ ଶାସ୍ତ୍ର ସ୍କନ୍ଦ ପୁରାଣ

ତାଙ୍କ ଜୟଗାନେ ଶତମୁଖ ସେ ଜାଣ ।

ସଂସ୍କୃତିର ଇତିହାସ ସ୍କନ୍ଦ ପୁରାଣ 

ଯହିଁରେ ବର୍ଣ୍ଣିତ ସବୁ ବିଧି ବିଧାନ।

ଯାମିନି ମୁନି ସେତ ମହର୍ଷି ପ୍ରବର

ଋଷି ମାନଙ୍କ ପ୍ରଶ୍ନର ଦେଇ ଉତ୍ତର,

ବୁଝାଇ ଥିଲେ ମୁନି ଜ୍ଞାନର ସାଗର

ପୁରୁଷୋତ୍ତମ କ୍ଷେତ୍ର ମହିମା ଅପାର ।

ନୀଳ ସାଗର କୂଳେ ନୀଳ ଶଇଳ

ଶୂନ୍ୟ ସ୍ବରୂପ କରନ୍ତି ଲିଳା ବହଳ ।

ନିଜେ ବିଷ୍ଣୁ ବ୍ରହ୍ମାଙ୍କୁ ତ ଥିଲେ ବୁଝାଇ

ପୁରୁଷୋତ୍ତମ କ୍ଷେତ୍ରେ ମୁଁ ଲିଳା ରଚଇ ।

ପ୍ରଳୟ ଜଳରେ ତ ମାର୍କଣ୍ଡେୟ ଋଷି

ଭାସିଭାସି ଶ୍ରୀକ୍ଷେତ୍ରେ ଲାଗିଥିଲେ ଆସି ।

କଳ୍ପବଟ ପତ୍ରପରେ ଶ୍ରୀ ନାରାୟଣ

ଶିଶୁ ରୂପେ ଋଷି ଙ୍କୁ ତ ଦେଲେ ଦର୍ଶନ।


ଋଷି ପ୍ରବର ପ୍ରଭୁ ଙ୍କ ସାନିଧ୍ୟ ପାଇ

ଧନ୍ୟ ହୋଇଲେ ଆତ୍ମଜ୍ଞାନ ପ୍ରାପ୍ତ ହୋଇ।

ସ୍କନ୍ଦ ପୁରାଣରେ ପୁଣି ଅଛି ବର୍ଣ୍ଣନ

ନୀଳ ମାଧବ ରୂପରେ ବିଶ୍ଵ ଜୀବନ,

ନୀଳ କନ୍ଦରେ ପ୍ରଭୁ ପାଉଥିଲେ ପୁଜା

ପୂଜୁଥିଲେ ବିଶ୍ଵାବସୁ ଶବର ରାଜା ।

ଅବନ୍ତି ର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦିନେ

ଶ୍ରୀ ନୀଳମାଧବ ଦେଖା ଦେଲେ ସପନେ ।

ଦେଖି ପ୍ରଭୁଙ୍କର ସେହି ଅପୂର୍ବ ମୂର୍ତ୍ତି

ଚିନ୍ତି ଲେ ପ୍ରଭୁ ଙ୍କୁ ବସି ପୂଜନ୍ତି ନିତି।

ପ୍ରଭୁଙ୍କ ଆସ୍ଥାନ କରିବାକୁ ସନ୍ଧାନ

ମନ୍ତ୍ରୀ ବିଦ୍ୟାପତି ଙ୍କୁ ରାଜା ଇନ୍ଦ୍ରଦ୍ୟୁମ୍ନ,

ଆଦେଶ ଦିଅନ୍ତେ ବିଦ୍ୟାପତି ଚଳିଲେ

ଉତ୍କଳ ରାଜ୍ୟରେ ଯାଇ ପହଞ୍ଚି ଥିଲେ ।

ବିଶ୍ଵାବସୁଙ୍କର କନ୍ୟା ନାମ ଲଳିତା

ଅପୂର୍ବ ସୁନ୍ଦରୀ ତାର କଥା କବିତା।

ବିଦ୍ୟାପତିଙ୍କର ହେଲା ତାସାଥେ ଭେଟ

ପ୍ରଥମ ଦେଖାରୁ ପ୍ରେମ ଋତୁ ଆଗତ ।

ବିଦ୍ୟାପତି ହେଲେ ବିଶ୍ଵାବସୁଙ୍କ ଜ୍ବାଇଁ

ସାଥେ ଗଲେ ମାଧବଙ୍କୁ ଦେଖିବା ପାଇଁ ।


ଆହାକି ସୁନ୍ଦର ସେହି ଦିବ୍ୟ ମୂରତି

ଦରଶନ ମାତ୍ରେ ଭରେ ପରାଣେ ଶାନ୍ତି।

ପ୍ରଭୁ ନୀଳମାଧବ ଙ୍କ ସେ ରୂପ କାନ୍ତି

ସ୍କନ୍ଦ ପୁରାଣ ରେ ବ୍ୟାସ ବଖାଣି ଛନ୍ତି ।

ବିଦ୍ୟାପତିଙ୍କ ଭାଷାରେ ରୂପ ବର୍ଣ୍ଣନ

ଶୁଣି ଇନ୍ଦ୍ରଦ୍ୟୁମ୍ନ ରାଜା ହୋଇଲେ ଧନ୍ୟ ।

ନୀଳ ସାଗର କୂଳରେ ନୀଳ ପର୍ବତ

ଗୁପତେ ପାଆନ୍ତି ପୂଜା ନୀଳାଦ୍ରି ନାଥ।

ଇନ୍ଦ୍ରନୀଳମଣି ରେତ ଗଢା ମୂରତି

ଝଟକୁଥାଏ ଦେହରୁ ଉଜ୍ବଳ ଜ୍ୟୋତି ।

ସ୍ୱର୍ଣ୍ଣ ପଦ୍ମ ଫୁଲ ପରେ ନୀଳାଦ୍ରିଧୀଶ

ଦଣ୍ଡାୟମାନ ପ୍ରଭୁ ହୋଇ ହରଷ ।

ପ୍ରଶସ୍ତ ଲଲାଟ,ଭାବବ୍ୟକ୍ତ ନୟନ

ସୁଧାମୟ ମୁଖ ପଦ୍ମ ନାଶିକା ତୀଖ୍ନ ।

ଲାସ୍ୟମୟ ଅଧରରୁ ଝରେ ଅମୃତ

ସୁନ୍ଦର ଗଣ୍ଡ ଶୋଭା ସୁନ୍ଦର ଚିବୁକ ।

କର୍ଣ୍ଣରେ ମକର କୁଣ୍ଡଳ ସୁଶୋଭିତ

ଆଭୂଷଣ ପରିପୂର୍ଣ୍ଣ କଣ୍ଠ ଦେଶତ ।

ପ୍ରଳମ୍ବିତ ବକ୍ଷଦେଶ କିମନୋହର

ଆଜାନୁ ଲମ୍ବିତ ଚତୁର୍ଭୁଜ ସୁନ୍ଦର।


ଗଳାରେ ଶୋଭଇ ଦିବ୍ୟ କୌସ୍ତୁଭ ମଣି

ଝଲମଲ ଜ୍ୟୋତି ଯାଏ ବ୍ରହ୍ମାଣ୍ଡ ଜିଣି ।

ଭାବ ଭକ୍ତି ଐଶ୍ୱର୍ଯ୍ୟ ଶବ୍ଦବ୍ରହ୍ମ ଜ୍ଞାନ

ସୂକ୍ଷ୍ମ ରୁ ସ୍ଥୁଳରୂପେ ହୋଇ ଶୋଭନ

  ଶଙ୍ଖ ଚକ୍ର ଗଦା ପଦ୍ମ ରୂପ ନେଇଣ

 ପ୍ରଭୁଙ୍କ ଚତୁର୍ଭୁଜରେ ବିରାଜମାନ ।

ପଦ୍ମହସ୍ତା ମହାଲକ୍ଷ୍ମୀ ବାମ ପାଶ୍ୱର୍ରେ

ଅନନ୍ତ ଙ୍କ ଫଣା ଶୋଭେ ଛତ୍ର ରୂପରେ।

ସମ୍ମୁଖରେ ପକ୍ଷୀରାଜ ଗରୁଡ଼ ସେତ

କୃତାଞ୍ଜଳୀପୁଟେ କରନ୍ତି ପ୍ରଣିପାତ।

ଚତୁର୍ଦ୍ଦିଗ ସ୍ବର୍ଣ୍ଣାଭ ଆଲୋକିତ ମୟ

ଧୂପଦୀପ ଚନ୍ଦନ ବାସ ମହମହ ।

ଦର୍ଶନ ମାତ୍ରେ ମନ ପ୍ରାଣ ପୁଲକିତ

ଶାନ୍ତି ରୁ ପ୍ରଶାନ୍ତିର ପଥ ଯେ ଉନ୍ମୁକ୍ତ।

ନୀଳମାଧବଙ୍କ ସେହି ରୂପ ବର୍ଣ୍ଣନା

ଇନ୍ଦ୍ରଦ୍ୟୁମ୍ନଙ୍କ ମନେ ଭକତି ଭାବନା,

ପ୍ରଭୁ ଙ୍କ ଦର୍ଶନ ପାଇଁ ହେଲେ ଉଚ୍ଛନ୍ନ

ସୈନ୍ୟ ସାମନ୍ତ ନେଇ କଲେ ଆୟୋଜନ।

ସ୍କନ୍ଦ ପୁରାଣରେ ତହୁଁ ଅଛି ବର୍ଣ୍ଣନ

ମାଧବ ହେଲେ କିପରି ଚକା ନୟନ।


ବିଦ୍ୟାପତିଙ୍କ ଠାରୁ ସବୁ କଥା ଶୁଣି

ଶ୍ରୀକ୍ଷେତ୍ରେ ଆସିଲେ ଅବନ୍ତି ନୃପମଣି ।

ଦେଖିଲେ ନାହାନ୍ତି ପ୍ରଭୁ ସେଠାରେ ଆଉ

ସତେକି ମନ୍ଦ କପାଳ ସାଧିଲା ଦାଉ ।

ରାଜା ଇନ୍ଦ୍ରଦ୍ୟୁମ୍ନ କାନ୍ଦି ଅଧୀର ହେଲେ

ସାଗର ବାଲିରେ ବସି ଲୁହ ଢାଳିଲେ ।

ଆକାଶ ରୁ ଶୂନ୍ୟ ବାଣୀ ଭାସି ଆସିଲା

ସାଗର ଢେଉରେ ଦିବ୍ୟ ଦାରୁ ଦିଶିଲା ।

ସେ ଦାରୁରେ ଦିଅଁ ମାନେ ଗଢା ହୋଇଲେ

ଶିଳ୍ପୀ ହୋଇ ପ୍ରଭୁ ଯେ ନିଜକୁ ଗଢିଲେ ।

ନିଜକୁ ନିଜେ ସେତ କଲେ ଦାରୁ ଭୂତ

ନାହିଁ ତ ପାଦ ପାଣି ଅଧାଗଢ଼ା ରୂପ।

ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ଗଢିଲେ

ବ୍ରହ୍ମାଙ୍କ କର କମଳେ ପ୍ରତିଷ୍ଠା କଲେ ।

ହେଲାଣି କେତେ କାଳ କେତେ ମାସ ବର୍ଷ

ହିସାବ ରଖିନି ପୁରାଣ ଇତିହାସ।

ମହାପ୍ରଭୁ ପାଉଛନ୍ତି ନୀଳାଚଳେ ପୂଜା

ବିଶ୍ଵ ବ୍ରହ୍ମାଣ୍ଡେ ଉଡୁଛି ପ୍ରଭୁ ଙ୍କ ଧ୍ଵଜା ।

ସାରା ବିଶ୍ବରୁ ଭକ୍ତ ଆସୁଛନ୍ତି ଧାଇଁ

ମହାପ୍ରଭୁ ଙ୍କ ଶ୍ରୀମୁଖ ଦର୍ଶନ ପାଇଁ ।


ଯେତେ ଦେଖୁଥିଲେ ଜମା ମନ ପୁରେନି

ଛାଡ଼ିଯିବା ପାଇଁ ଜମା ମନ ହୁଏନି।

ପ୍ରଭୁଙ୍କର ହୁଏ ଯେତେ ଉତ୍ସବ ମାନ

ସ୍କନ୍ଦ ପୁରାଣ ରେ ପୁଣି ଅଛି ବର୍ଣ୍ଣନ ।

ବାରମାସେ ତେର ଯାତ୍ରା କଥା କାହାଣୀ

ସ୍କନ୍ଦ ପୁରାଣ ଯାଏ ସବୁତ ବଖାଣି।

ବୈଶାଖ ରେ ଚନ୍ଦନ କୁ ଜ୍ୟେଷ୍ଠ ରେ ସ୍ନାନ

ରଥ ଉପରେ ବାମନ ରୂପେ ଦର୍ଶନ।

ଏକ୍ତ୍ରିଶ ଅଧ୍ୟାୟରୁ ଚୌରାଳିଶ ମଧ୍ୟେ

ସବୁ ଯାତ୍ରା କଥା ଅଛି ଉତ୍କଳ ଖଣ୍ଡେ।

ଅମୃତ ସମ ପ୍ରଭୁଙ୍କ ମହାପ୍ରସାଦ 

ଅଡ୍ରିଶ ଅଧ୍ଯାୟରେ ହୋଇଛି ବର୍ଣ୍ଣିତ।

ମହାପ୍ରଭୁଙ୍କ ଦଶ ଅବତାର କଥା

ପଞ୍ଚାବନ ଅଧ୍ଯାୟ ଦିଏ ସେ ବାରତା।

ଅନନ୍ୟ ସ୍କନ୍ଦ ପୁରାଣ ଯା ସାରତତ୍ତ୍ବ

ଚିର ସତ୍ୟ ଜଗନ୍ନାଥ ନୀଳାଦ୍ରି ନାଥ ।

ସେ ମହା ପୁରାଣ ଙ୍କୁ ଶତ ପ୍ରଣାମ

ପ୍ରଣାମ ଘେନିବ ମୋର ହେ କଳା ବ୍ରହ୍ମ।

ତୁମ ନାମ ଧ୍ଯାନ କରି ତୁମରି ଗାଥା

ଲେଖିଲି ହେ ପ୍ରଭୁ ତୁମ ମହିମା କଥା।

ଦୋଶାଦୋଷ କୁ ମୋର କରିବ କ୍ଷମା

ଏତିକି ମିନତି ପାଦେ କଳା ମଣିମା ।


Rate this content
Log in

Similar oriya poem from Classics