Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Inspirational Others

4.0  

Tankadhar Majhi

Inspirational Others

ସକାଳ ଧୂପରେ

ସକାଳ ଧୂପରେ

1 min
274


ଶୀତ ସକାଳ ଧୂପରେ 

ଚଢେଇର କୋମଳ ସ୍ବର

ସକାଳକୁ ବିମୁଗ୍ଧ କରି କି

ପ୍ରଫୁଲ୍ଲ ରବି ପ୍ରକାଶରେ

ଆହାଃ ର ଆବେଗ ନେଇ 

ବନରେ ମନ ଭ୍ରମଣ କରୁଛି ।

 

ସଜ ଫୁଟା ଫୁଲର ଓଠରେ

ହସ ହସ ମୁହେଁ ପ୍ରକୃତି ଦେବୀ

ପ୍ରଭାତ ମନ୍ତ୍ରର ଉଚ୍ଚାରଣ କରି 

ନଦୀର ଝର୍ ଝର୍ ନାଦରେ

ପଦ୍ମ ପାଖୁଡ଼ା ପବନେ ନାଚି

ଅଶାନ୍ତ ଜଳେ ଲହରୀ ଖେଲୁଛି । 


ଧରଣୀ ରାଣୀ ନାନା ରଙ୍ଗରେ

ଫୁଳ ମହକରେ ସଜେଇ ହୋଇ 

ଆମ ଆଗରେ ଠିଆ ହୋଇ

ଶୀତ ସକାଳ ଧୂପରେ

ଅସଂଖ୍ୟ ଜୀବର ଜଗତ ହିତେ 

ଶୁଭ କାର୍ଯ୍ୟର ପ୍ରାରମ୍ଭ କରିଛି । 


Rate this content
Log in

Similar oriya poem from Inspirational