Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Laxminarayan Pattanaik

Others

3  

Laxminarayan Pattanaik

Others

ସଜାଗ ହୁଅରେ ଆଜି

ସଜାଗ ହୁଅରେ ଆଜି

1 min
13.8K


ଲେଖଇ କବିତା ହୋଇ କବିଟିଏ
ଅନୁଭବେ ଅଛି ଯାହା
କବିତାରେ ଦିଏ ସମାଜ ବାରତା
ଅବା ବଞ୍ଚିବାର ରାହା ॥
ସାଜଇ ପ୍ରେମିକ ପୁଣି କେବେ କେବେ
ଫୁଲର ଶେଯରେ ଶୋଇ
ପ୍ରେମ ବାରି ଧାରା ନୟନ ନିଡରୁ
କବିତାରେ ଯାଏ ବହି ॥
ବିସ୍ମୃତ ଅତୀତ ହୃତ ଗୌରବକୁ
ଆଙ୍କି ଦିଏ କବିତାରେ
ଉଜ୍ଜୀବିତ କରେ ବୀର ସୈନିକଙ୍କୁ
ମାତୃଭୂମି ମମତାରେ ॥
ଦ୍ଵିତୀୟ ଇଶ୍ଵର ଅଟେ ଏ ବିଶ୍ଵର
କଳ୍ପନାର ସୃଷ୍ଟିକର୍ତ୍ତା
ସବୁ ଅସମ୍ଭବ ହୋଇବ ସମ୍ଭବ
କବି ଯେ ବିଶ୍ଵ ନିୟନ୍ତା ॥
ଏତେ ଶକ୍ତି ଯଦି ଅଛି କବିଠାରେ
ସଜାଗ ହୁଅରେ ଆଜି
ଅଧର୍ମ ବିନାଶୀ ଧର୍ମ ସ୍ଥାପିବାକୁ
ରଖ ସାଧନାରେ ବାଜି ॥


Rate this content
Log in