Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Others

3  

Bhagirathi Mohanty

Others

ସିଏ ସାକ୍ଷୀ

ସିଏ ସାକ୍ଷୀ

1 min
147


ସଵୁ ମନ୍ଦିର ଶ୍ରୀମନ୍ଦିର ନୁହଁନ୍ତି

ସବୁ ଦାଣ୍ଡ ବଡ଼ ଦାଣ୍ଡ,

ସବୁ ଦିଅଁ ବଡ଼ ଠାକୁର ନୁହଁନ୍ତି

ବୃଥା ହେଉ ଲଣ୍ଡ ଭଣ୍ଡ ।

ସଵୁ ପ୍ରଭୁ ମହା ପ୍ରଭୁ ହିଁ ନୁହଁନ୍ତି

ସବୁ ଶୈଳ ନୀଳଶୈଳ 

ସବୁ ଲିମ୍ବ ମହା ଲିମ୍ବ, ବି ନୁହଁନ୍ତି

 ସବୁଟି ତାଙ୍କର ଖେଳ।

ସବୁ ବଜାର ଆନନ୍ଦ ବଜାର ନୁହେଁ

ସବୁ ଭୋଗ ମହାଭୋଗ,

ସବୁ ସେବକ ସେବାୟତ ନୁହନ୍ତି

ସମସ୍ତେ କରନ୍ତି ଭାଗ।

ସବୁ ଉଦଧୀ ମହୋଦଧୀ ନୁହଁ

ସବୁ ନାଥ ଜଗନ୍ନାଥ,

ସବୁ ଭାଇ ବଳଦେବ ଯେ ନୁହଁନ୍ତି

ନୁହଁନ୍ତି କେହି ଯେ ପାର୍ଥ।

ସବୁ କ୍ଷେତ୍ରକୁ ଶ୍ରୀ କ୍ଷେତ୍ର ନ କହନ୍ତି

ସବୁ ଆଖି ଚକା ଆଖି, ଯେ

ପଲକ ପଡେନା ସବୁ ଦେଖୁଥାଇ

କେବଳ ଯେ ସିଏ ସାକ୍ଷୀ।



Rate this content
Log in