Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rupali priyadarshini Samantaray

Others

4.0  

Rupali priyadarshini Samantaray

Others

ସିଏ କି ତୁମର ପ୍ରେମିକା

ସିଏ କି ତୁମର ପ୍ରେମିକା

1 min
192


ପ୍ରତିକ୍ରିୟା ଶିଳା ପ୍ରତି କଥାରେ ସେ

ତୁମକୁ ତ ରାଗୁଥାଏ ।

ଦିନେ ନଦେଖିଲେ ମୁହଁ ସେ ଫୁଲାଏ

ତେବେ ସେ ତୁମର କିଏ ।।

ତୁମ ମନ ପୁଣି କିଣି ନିଏ ସିଏ

ତାର ମିଠା ମିଠା କଥାରେ ।

ତାର ସ୍ୱର ଶୁଣି ହସ ଖେଳି ଯାଏ

କୁହ କାଇଁ ତୁମ ଓଠରେ ।।

ଦୁନିଆ ହାଟରେ ସ୍ବାର୍ଥର ଭିଡ଼ରେ

କାହିଁ ଲାଗେ ସିଏ ନିଜର ।

ତା ଅଳି ଅଝଟ ପିଲାଳୀୟାମିକୁ

କାହିଁ କର ତୁମେ ଆଦର ।।

କାହିଁ ମନେ ପଡେ ଅଧ ରାତିରେ ସେ

ତୁମ ନିଦ ଭାଙ୍ଗି ଗଲେ ।

କାହିଁକି ଭଲ ଲାଗେ ପୁଣି ତୁମକୁ

ସେ ତୁମ ପାଖରେ ଥିଲେ ।।

ଝିଅଙ୍କ ଭିଡ଼ରେ ତୁମକୁ ପୁଣି ସେ

କାଇଁ ଭଲ ଲାଗେ ଅଧିକା ।

ମନକୁ ପଚାରି ଥରେ ଭାବି କୁହ

ସିଏ କି ତୁମର ପ୍ରେମିକା ।।


Rate this content
Log in