Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ସିଧାକଥା-120 :ସଫଳତା

ସିଧାକଥା-120 :ସଫଳତା

1 min
162



ବିନା ସ୍ୱପ୍ନରେ କେ ସଫଳ ହୋଇନି ସ୍ୱପ୍ନ ଆଗ ଫଳ ପଛେ,

ପ୍ରେମଭାବ ଥିଲେ ଅନ୍ୟକୁ ବଞ୍ଚାଇ ଭଲ ପାଇବାକୁ ବଞ୍ଚେ | 

 

ପ୍ରକୃତିର ବିନା ସୌନ୍ଦର୍ଯ୍ୟ ନଥାଏ ସିଏ ତ ସୌନ୍ଦର୍ଯ୍ୟ ଖଣି,

ଈଶ୍ଵରଙ୍କ ବିନା ଏ' ସୃଷ୍ଟିର ସ୍ଥିତି କେମିତି ଥିଲା କେଜାଣି ?

 

ଆମ ସଫଳତା ଭାଗ୍ୟଫଳ ନୁହେଁ କାର୍ଯ୍ୟ,ସମୟର ଖେଳ,

ଉଚିତ କାର୍ଯ୍ୟକୁ ଉଚିତ ବାଟରେ କରେଯିଏ ଦେଖିବେଳ |

 

ପାଇବାର ଆଶା ନ ରଖି ମନରେ କେବଳ ଭରସା ଥିବ,

ସେଇଠି ପ୍ରକୃତ ପ୍ରେମ ସୃଷ୍ଟିହୁଏ ସେହିପ୍ରେମ ସ୍ଥାୟୀହେବ |

 

ଜିନିଷକୁ ନୁହେଁ ମଣିଷ ଭାଇକୁ ପାରୁଛ ତ ଭଲପାଅ,

ମଣିଷକୁ ନୁହେଁ ଜିନିଷକୁ ନେଇ ନିଜକାମରେ ଲଗାଅ |



Rate this content
Log in

Similar oriya poem from Inspirational