Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ଶୁଭ୍ରା ସୁଚିତ୍ରା ମହାନ୍ତ

Classics Others

4.0  

ଶୁଭ୍ରା ସୁଚିତ୍ରା ମହାନ୍ତ

Classics Others

ସିଦ୍ଧି ବିନାୟକ

ସିଦ୍ଧି ବିନାୟକ

1 min
222



ଗୌରୀ ଶଙ୍କର ସନ୍ତକ

ପ୍ରଭୁ ସିଦ୍ଧି ବିନାୟକ


ଦିଅ ମୋତେ ଦିବ୍ୟଜ୍ଞାନ

ମୁହିଁ ଅଟଇ ମୂରୁଖ


ରକ୍ଷା କର ବିପଦରୁ 

ଆହେ ବିଘ୍ନ ବିନାଶକ


ମୋର ପାପ ହରି ଦିଅ 

ନାଥ ଅଷ୍ଟ ବିନାୟକ 


ମାଥେ ରଖ ତୁମ ହାତ 

ହେ ମଙ୍ଗଳ ପ୍ରଦାୟକ 


ଅନ୍ଧକାର ଜୀବନକୁ 

କରି ଦିଅ ଆଲୋକିତ 


ଶୁଣ ପ୍ରଭୁ ଗଜାନନ 

ତରି ନିଅ ମୋର ଦୁଃଖ


ହସ ଟିକେ ଓଠେ ଦେଇ 

ପୋଛି ଦିଅ ମୋ ଲୋତକ 


ନିବେଦନ ମୋର ଘେନ

ସାହା ହୁଅ ବୁଦ୍ଧିନାଥ


ଆହେ ପ୍ରଭୁ ଚତୁର୍ଭୁଜ

ତୁମ ବାହନ ମୂଷିକ


ବାହନରେ ବସି ଆସି 

ମୋ ଦ୍ୱାରେ ପାଦ ରଖ


ସନ୍ତୁଷ୍ଟ ହୁଅ ହେ ପ୍ରଭୁ 

ଗ୍ରହଣ କରି ମୋଦକ 


ଆହେ ପ୍ରଭୁ ଲମ୍ବୋଦର

ମୁଁ ଯେ ତୁମରି ଭକତ


ଦିଅ ଥରେ ଦରଶନ

ଗୁହାରି ମୋ ଶୁଣି ରଖ


ପାଇ ତୁମ ଆଶୀର୍ବାଦ

ଜିତି ପାରିବି ଜଗତ


ଅଗ୍ରଗତି କରିବାରେ

ପ୍ରଭୁ ହୁଅ ସହାୟକ


ଶତ୍ରୁ ଯଦି ଆସେ ବାଟେ

ତୁମେ ସାଜିବ ରକ୍ଷକ


ଗୌରୀ ଶଙ୍କର ସନ୍ତକ

ପ୍ରଭୁ ସିଦ୍ଧି ବିନାୟକ


ଦିଅ ମୋତେ ଦିବ୍ୟଜ୍ଞାନ

ମୁହିଁ ଅଟଇ ମୂରୁଖ


Rate this content
Log in

Similar oriya poem from Classics