ଶୂନ୍ୟତା ଭିତରେ ତୁମେ
ଶୂନ୍ୟତା ଭିତରେ ତୁମେ
ଖୋଲି ଯାଆନ୍ତା କି ସବୁପଞ୍ଜୁରୀ
ଫିଟି ଯାଆନ୍ତା କି ସବୁ ବନ୍ଧନ
ସେ ଚାହେଁ ମୁକ୍ତି,
ସେ ଚାହେଁ ମୁକ୍ତ ଆକାଶର ମୁକ୍ତ ପବନ ।
ଶୂନ୍ୟ ହୋଇ ବଞ୍ଚିବାକୁ ଚାହେଁ
ଶୂନ୍ୟତା ଭିତରେ।
ସ୍ଵାର୍ଥ ଭିତରେ ନିଶ୍ଵାର୍ଥକୁ ଚାହେଁ
ପୂର୍ଣ୍ଣିତା ଭିତରେ ଶୂନ୍ୟତା କୁ ଚାହେଁ ।
ହେ ଈଶ୍ଵର ଶୂନ୍ୟତା ଭିତରକୁ ଟାଣି ନିଅ
ଯେଉଁଠି ତୁମେ ଆଉ ମୁଁ . . . I
କହିବିନି ନୂତନ ପୃଥିବୀ ଗଢ଼
କହିବିନି ନୂତନ ମଣିଷ ଗଢ଼।
କହିବିନି କେବଳ ସୁଖ ହିଁ ସୁଖ ଦିଅ
ମୁଁ ଚାହେଁ ଦୁଃଖ ଆଉ ଦୁଃଖ
ଦୁଃଖ ଭିତରେ ତତେ ହିଁ ଚାହେଁ ।
ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ
ଜୀବନର ମୃତ୍ୟୁ ପର୍ଯ୍ୟନ୍ତ
ମୁଁ ତତେ ହିଁ ଚାହେଁ ।
ନିଜ ପାଇଁ ମାଗି ନାହିଁ କିଛି
ତଥାପି ଦେଇଛୁ ତୁ ସବୁ କିଛି।
ନିଜକୁ ସମର୍ପିଛି ତୋ ପାଖେ
ଗଢ଼ି ନେ ତୋର ଇଚ୍ଛା ମତେ ।
କରିବି ନାହିଁ କିଛି ମାନ ଅଭିମାନ
କହିବି ନାହିଁ ତୋତେ କଠୋର ବଚନ ।
୨
ରହି ଯାଆ ମନ ରହି ଯାଆ
କାହିଁ କରୁ ମତେ ଏତେ ବ୍ୟସ୍ତ ବିବ୍ରତ
ନିରବି ଯାଆ ତୁ ମୃତ ବ୍ୟକ୍ତି ପରି ।
ତାକୁ ନେଇ ଏତେ ଭାବନା କାହିଁକି
ଯାହା ତୋର ହିଁ ନାହିଁ ....!
ଯାହା ମୋର ନାହିଁ
ଯାହାକୁ ପାଇବାର ଜିଧି ନାହିଁ
ଯାହା ମୋର ହବ ତାକୁ ପାଇବାର ଇଚ୍ଛା ବି ନାହିଁ।
କାହିଁକି?
କାରଣ ଏ ଦୁନିଆ ରେ ମୋର କିଛି ହିଁ ନାହିଁ।
ନାହିଁ ଭିତରେ ମୁଁ ଅଛି
ମୁଁ ଭିତରେ ନାହିଁ ଅଛି
।
ରେ ମନ....!
ଧିର କରେ ତୋ ରଥ ଚକ କୁ
ଖୋଜି ନେ ଶୂନ୍ୟତା ଭିତରେ
ସେ ଶୂନ୍ୟତା କୁ ......।
ସଂସାର ବିହୀନ ଶୂନ୍ୟତା ଭିତରେ
ନ ଥିବେ ଆତ୍ମୀୟ ସ୍ୱଜନ
ନ ଥିବେ ବନ୍ଧୁ ବାନ୍ଧବ ।
ନ ଥିବ କିଛି ପ୍ରତି ବନ୍ଧକ
ନ ଥିବ କିଛି ବାଧା ବନ୍ଧନ ।
ମନ ଆତ୍ମା ସବୁ ପରିଷ୍କାର ହେଉଥିବେ
ଶୂନ୍ୟତା ଭିତରେ.....।
୩
ସନ୍ୟାସୀ ବୈରାଗୀ ବେଶ ଲୋଡ଼ା ନାହିଁ
ଲୋଡ଼ା ନାହିଁ ସାଧୁ ସନ୍ଥ ବେଶ ।
ନୀରବେ ବସି ବି ତତେ ହିଁ ସ୍ମରିବି
ଦେଖୁ ଥିବି ତତେ ଶୂନ୍ୟ ।
ଆଖି ବୁଜୁ ଥିଲେ....
କେତେ ପ୍ରତିରୂପ ଦେଖେ ଏ ନୟନ
ଲୋଡ଼ା ନାହିଁ ମୋର ଭିନ୍ନ ଭିନ୍ନ ରୂପ
ଲୋଡ଼ା ମୋର ଏକ ଶୂନ୍ୟତାର ରୂପ ।
ଶୂନ୍ୟତା ଭିତରେ ଯେଉଁ କଳା ଅଛି
ସେ କଳା ମତେ ଲୋଡ଼ା ।
କଳା ଭିତରେ ସେ କଳା ଖୋଳୁଛି
ସେ କଳା କି ମୋର ଜଗନ୍ନାଥ ?
କଳାରେ ଷୋଳକଳା ତୋ ଦେହେ
ଯେଉଁ କଳା ଖୋଜେ ଏ ନୟନ
ପାଉନାହିଁ ସେଇ କଳା . . . . !
ଯେଉଁ କଳା ଭିତରେ ପୂର୍ଣ୍ଣ ଶୂନ୍ୟତା ହିଁ ଥିବା
ସେ କଳା ମୋତେ ଲୋଡ଼ା ।
ଯେବେ ତତେ ଚାହେଁ
ଶୁନ୍ୟତା ହିଁ ଦେଖେ।
ବାସ୍ତବେ ତୁ ସେହି ଶୂନ୍ୟସତ୍ତା ?