Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Abstract Romance Others

4  

Santosh Kumar Nayak

Abstract Romance Others

ଶୁଣ ଗୋ ମୌସୁମୀ

ଶୁଣ ଗୋ ମୌସୁମୀ

1 min
185



ମୌସୁମୀ ଗୋ ଟିକେ ପଚାରି ବୁଝିବ

ଧରଣୀ ରାଣୀକୁ ଗୋପନରେ,

ତୁମ ବିନା ସିଏ କେମିତି ବଞ୍ଚିଛି

କେତେ ଯେ ଖୋଜିଛି ଗୋପନରେ !


ତୁମେ ସିନା ତାକୁ ପ୍ରତାରଣା କରି

ଭୁଲି ଯାଇଥିଲ ଆଠ ମାସ,

କୋମଳ ତନୁ ତା ମଳିନ ପଡିଛି

ସହିଣ ପ୍ରଖର ଗ୍ରୀଷ୍ମ ଝାସ ।


ଶୁଖି ଯାଇଅଛି ସର ନିର୍ଝରଣୀ

ଟଳି ପଡ଼ିଅଛି ମହାଦ୍ରୁମ,

ପଶୁପକ୍ଷୀ ଅବା କୀଟ କି ପତଙ୍ଗ

ସବୁ ଜୀବ ଦଶା ଏକ ସମ !


ସେଥିପାଇଁ କହେ ଶୁଣ ଗୋ ମୌସୁମୀ

ମାନିବ ଗୋଟିଏ କଥା ମୋର,

ଧରଣୀ ରାଣୀକୁ ଆଲିଙ୍ଗନ କରି

କହିବ ପ୍ରିୟା ହେ କ୍ଷମା କର ।


ସର୍ବଂସହା ମୋର କ୍ଷମାର ଭଣ୍ଡାର

ସବୁ ପ୍ରତାରଣା ଭୁଲି ଯିବ,

ତୁମରି ପରଶେ ଝୁମିବ ହରଷେ

ସବୁ ଦୁଃଖ କଷ୍ଟ ଚାଲିଯିବ ।।



Rate this content
Log in